jayashree

ସାଇଟ କଲେଜରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ଉତ୍ସବ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିକଟସ୍ଥ ସଦାଇପାଲି ପଲ୍ଲିଶ୍ରୀ ବିହାର ଠାରେ ସାଇଟ ନର୍ସିଂ କଲେଜ ତରଫରୁ ଗତ ୧ ତାରିଖରୁ ଚାଲିଥିବା ବିଶ୍ୱ ସ୍ତନ୍ୟପାନ ସପ୍ତାହ ଆଜି ଉଦ୍‌ଯାପିତ ହୋଇଯାଇଛି । ଏହି ଉତ୍ସବରେ ଭଗବତୀ କୌଶଲ୍ୟା ନର୍ସିଂ କଲେଜର ପ୍ରିନ୍ସିପାଲ ବିନୋଦିନୀ ଦାଶ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିବା ବେଳେ ସାଇଟ୍‌ ନର୍ସିଂ କଲେଜର ପ୍ରତିଷ୍ଠାତା ଡ. ଶ୍ରୀକର ମିଶ୍ର ଓ ଡା. ପ୍ରମୋଦ କୁମାର ମିଶ୍ର ମଞ୍ଚାସୀନ ଥିଲେ । ସାଇଟ କଲେଜର ଅଧ୍ୟକ୍ଷା ସ୍ନିଗ୍‌ଧାମିନତୀ ଦାନୀଙ୍କ ଅନୁରୋଧ କ୍ରମେ ଅତିଥି ବୃନ୍ଦ ଫ୍ଲୋରେନ୍ସ ନାଇଟଏଙ୍ଗେଲଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ବି.ଏସ୍‌.ସି ନର୍ସିଂ ଛାତ୍ରୀ ଅପର୍ଣ୍ଣା ପୁଟେଲ ସ୍ୱାଗତ ଭାଷଣ ଦେଇଥିଲେ । ଡ. ମିଶ୍ର ମାଆ କ୍ଷୀର ଶିଶୁ ପାଇଁ ଅମୃତ ସମାନ ବୋଲି କହିଥିଲେ । ଡା. ପ୍ରମୋଦ କୁମାର ମିଶ୍ର ମାଆ କ୍ଷୀରର ଉପକାରିତା ବିଷୟରେ ବର୍ଣ୍ଣନା କରିଥିଲେ । ମୁଖ୍ୟ ଅତିଥି ଶ୍ରୀମତୀ ଦାଶ ତଥା ଅଧ୍ୟକ୍ଷା ଶ୍ରୀମତୀ ଦାନୀ ସ୍ତନ୍ୟପାନ ଉପରେ ଅନେକ ତଥ୍ୟ ଉତ୍ଥାପନ କରି ଶିଶୁକୁ ନିରୋଗ ରଖିବା ଉପାୟ ସବୁର ରାସ୍ତା ଦେଖାଇଥିଲେ ଏବଂ ମାଆମାନଙ୍କୁ ସଚେତନ କରିବା ପାଇଁ ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ସପ୍ତାହ ମଧ୍ୟରେ ପୋଷ୍ଟର ତିଆରି, ସ୍ଲୋଗାନ ଲେଖା ଆଦି ପ୍ରତିଯୋଗୀତା ହୋଇଥିଲା ଏବଂ ଶତାଧିକ ଛାତ୍ରୀ ପ୍ରତିଯୋଗୀ ଭାବରେ ଅଂଶ ଗ୍ରହଣ କରିଥିଲେ । ପୋଷ୍ଟର ତିଆରିରେ ମିନତୀ କୁମ୍ଭାର, ବିଉଟିରାଣୀ ମେହେର ଓ ପୂଜାରାଣୀ ମହାନନ୍ଦ ଏବଂ ସ୍ଲୋଗାନ ଲେଖାରେ ମାନିନୀ ସାହୁ ଆଦି ପୁରସ୍କୃତ ହୋଇଥିଲେ । ଶେଷରେ ଉପାଧ୍ୟକ୍ଷା ଲୋପାମୁଦ୍ରା ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.