jayashree

ରାହୁଲ ଗାନ୍ଧୀଙ୍କ ଜନ୍ମ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଜାତୀୟ କଂଗ୍ରେସର ମହାସଚିବ ରାହୁଲ ଗାନ୍ଧୀଙ୍କ ଜନ୍ମଦିବସ ଧଳ ରାଉରକେଲା ଜିଲ୍ଲା ଆଦିବାସୀ କଂଗ୍ରେସ କମିଟି ଦ୍ୱାରା ପାଳନ କରାଯାଇଛି । କମିଟିର ସଭାପତି ଅମିତ କୁମାର ବାରାଙ୍କ ନେତୃତ୍ୱରେ କର୍ମକର୍ତ୍ତାଗଣ ଜଗଦା ସ୍ଥିତ ମାନବ ସେବା ପ୍ରତିଷ୍ଠାନର ଅନ୍ତେବାସୀଙ୍କ ସହ ଟେକ୍ କାଟି ଏହି ଜନ୍ମଦିନ ପାଳନ କରିଥିବା ବେଳେ ସମସ୍ତ ଅନ୍ତେବାସୀଙ୍କ ମଧ୍ୟରେ ଫଳ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଜୟ ଖାଲକୋ, ସୁଶୀଲ କିଣ୍ଡୋ, ଅନିଲ ଏକ୍କା, ପ୍ରେମ ମିଞ୍ଜ, ପଶାକଲ ଲାକ୍ରା, ସଞ୍ଜୀତ ଟପ୍ପୋ, ଚାରୋ ଓରାମ, ଅର୍ଜୁନ ଏକ୍କା, ମାନବ ସେବା ପ୍ରତିଷ୍ଠାନର ସଭାପତି ଅଞ୍ଜନ ଦେ, ପରିଚାଳିକା ହେମନ୍ତା ତାଣ୍ଡିଆ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.