
- ମଞ୍ଚର କଡ଼ା ତାଗିଦ ପରେ ହତ୍ୟାର ଶିକାର ଦାଦନ ଶ୍ରମିକଙ୍କ ପରିବାରଙ୍କୁ ମିଳିଲା ଏଫଆଇଆର୍ କପି ଓ ମୃତ୍ୟୁ ପ୍ରମାଣପତ୍ର
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ସଦା ସର୍ବଦା ସମଗ୍ର ଅଞ୍ଚଳର ଲୋକଙ୍କ ସାମାଜିକ ଓ ସେବା ମୂଳକ କାମ କରିଆସୁଥିବା ମୁରିବାହାଲ ବ୍ଲକର ଅଗ୍ରଣୀ ସଂଗଠନ “ମୁରିବାହାଲ ବ୍ଲକ ବିକାଶ ମଞ୍ଚ”ର ଆଉ ଏକ ବଡ଼ ସଫଳତା ଦେଖିବାକୁ ମିଳିଛି । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଜଇଁତରା, ନୂଆପଡାର ବହୁ ଚର୍ଚ୍ଚିତ ଦାଦନ ଶ୍ରମିକ ମୃତ୍ୟୁ ମାମଲାରେ କଡ଼ା ତାଗିଦ ଘଟଣା ପରେ ତାଙ୍କ ପରିବାରଙ୍କୁ ସମସ୍ତ ମୃତ୍ୟୁ ପ୍ରମାଣପତ୍ର ମିଳିବ । ଏହି ଗ୍ରାମର ଦାଦନ ଶ୍ରମିକ ନେପାଳ ପଟ୍ଟନାୟକଙ୍କ ଗତ ବର୍ଷ ତେଲେଙ୍ଗାନା ସ୍ଥିତ ମେହେବୁବ ନଗରକୁ ଦାଦନ ଖଟିବାକୁ ଯାଇ ମୃତ୍ୟୁ ବରଣ କରିଥିଲେ । ଦୀର୍ଘ ୯ ମାସ ବିତିଯାଇଥିଲେହିଁ ତାଙ୍କୁ କୌଣସି ନ୍ୟାୟ ଓ ପ୍ରମାଣ ପତ୍ର ମିଳି ନ ଥିଲା । ତାଙ୍କ ବଡ଼ ଭାଇ ପପୁନ ପଟ୍ଟନାୟକ ମୁରିବାହାଲ ପୋଲିସକୁ ବାରମ୍ବାର କହିଥିଲେ ହେଁ ମୁରିବାହାଲ ପୋଲିସ ତାଙ୍କୁ କୌଣସି ପ୍ରକାରର ସୁବିଧା କରାଇନଥିଲା । ଓଲଟି ଦଲାଲ ଓ ସର୍ଦାର ସହ ମିଶି ଷଡଯନ୍ତ୍ର କରି ତାଙ୍କ ଭାଇ ପପୁନ ପଟ୍ଟନାୟକଙ୍କୁ ଜେଲ ପଠାଇଥିବା ଗୁରୁତର ଅଭିଯୋଗ ହୋଇଥିଲା । ତେବେ ପପୁନ ମୁରିବାହାଲ ବିକାଶ ମଞ୍ଚର ସାହାରା ନେଇଥିଲେ ଏବଂ ବିକାଶ ମଞ୍ଚର ସଭାପତି ଫାଲଗୁନି ହାତୀ, ସାଧାରଣ ସମ୍ପାଦକ ଅମରେଶ ମାଝୀ, ସମ୍ପାଦକ ମନୁ ହଂସ, ପପୁନ ପଟ୍ଟନାୟକ ଓ ଭୀଷ୍ମ ଯାନୀ ତେଲେଙ୍ଗାନା ସ୍ଥିତ ମେହେବୁବ ନଗର ଯାଇଥିଲେ । ସେଠି ତିନି ଦିନ ଧରି ରୁରାଲ ପୋଲିସ ଷ୍ଟେସନରେ କଡ଼ା ତାଗିଦ କରିଥିଲେ । ଏଫଆଇଆର୍ କପି ଓ ମୃତ୍ୟୁ ପ୍ରମାଣ ପତ୍ର ଅନଲାଇନ କରି ଫେରିଥିବା ଦେଖାଯାଇଛି । କେତେବେଳେ ରକ୍ତ ଦରକାର ଲୋକଙ୍କୁ ରକ୍ତ ଯୋଗାଉଥିବା ବେଳେ କେତେବେଳେ ଗରିବ ପରିବାରକୁ ନିଜ ଖର୍ଚ୍ଚରେ ଚିକିତ୍ସା କରାଉଛି । ତେବେ ଅନେକ ଜନହିତକର କାମ ନିଜ ହସ୍ତକ୍ଷେପରେ ଲୋକଙ୍କ ପାଖରେ ପହଞ୍ଚାଉ ଥିବା ଦେଖି ସ୍ଥାନୀୟ ବୁଦ୍ଧିଜୀବି ମହଲରେ ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି । ବିକାଶ ମଞ୍ଚର ସଭାପତି ଶ୍ରୀ ହାତୀ କହିଛନ୍ତି ଯେ, “ଲୋକଙ୍କ ବିକାଶ ହିଁ ଆମର ବିକାଶ ” ବିକାଶ ମଞ୍ଚ ଆପଣଙ୍କ ସାଥିରେ ସବୁବେଳେ ରହିଛି ବୋଲି ପ୍ରକାଶ କରିଛନ୍ତି ।