jayashree

ଜଳବାୟୁ ପରିବର୍ତ୍ତନ ଦିବସ ପାଳନ

ରାଉରରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ଜିଲ୍ଲା ଶାଖା ତରଫରୁ ମାସିକ ସାରସ୍ୱତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଆଲୋଚକ ଥିଲେ, ବିଶିଷ୍ଟ ସ୍ତମ୍ଭକାର ତଥା ଅର୍ଥନୀତି ବିଶାରଦ ନଳିନୀକାନ୍ତ ଧର, ସଭାପତିତ୍ୱ କରିଥିଲେ ବିଶିଷ୍ଟ ଶିକ୍ଷାବିତ ଡ. ଚିରବ୍ରତ ଦତ୍ତ । ବିବେକବାଣୀ ଓ ଶାନ୍ତିପାଠ କରିଥିଲେ, ନିରୁପମା ପତି । ସଂଯୋଜନା କରିଥିଲେ, ବରିଷ୍ଠ ସାହିତ୍ୟିକା ବିଜୟ ଲକ୍ଷ୍ମୀ ପଟ୍ଟନାୟକ । ମୁଖ୍ୟବକ୍ତା ମିଳିତ ଜାତିସଂଘର ଧାରା ୧୪ ଓ ୨୧ ଅନୁଯାୟୀ ଶୁଦ୍ଧ ବାୟୁ ମୌଳିକ ଅଧିକାର, ତେଣୁ କୌଣସି ରାଷ୍ଟ୍ର, ଉଦ୍ୟୋଗ ବା ବ୍ୟକ୍ତି ପ୍ରକୃତିକୁ ଧ୍ଵଂସ ବା କ୍ଷତି ପହଞ୍ଚାଇବାର ଅଧିକାର ସେମାନଙ୍କର ନାହିଁ ବୋଲି ଦର୍ଶାଇ ଥିଲେ । ଅଷ୍ଟାଦଶ ଶତାବ୍ଦୀର ଦ୍ଵିତୀୟ ଭାଗରୁ ଇଉରୋପରୁ ଆରମ୍ଭ ହୋଇଥିବା ଶିଳ୍ପ ବିପ୍ଳବ ପରେ ଉନ୍ନତ ଦେଶ ବାୟୁ ମଣ୍ଡଳକୁ ଅଧିକ ପ୍ରଦୂଷିତ କରିଥିବାରୁ, ତାପମାତ୍ରା ବଢ଼ି ଜଳବାୟୁ ପରିବର୍ତ୍ତନ ଘଟୁଛି ଓ ମିଳିତ ଜାତସଂଘର ଆହ୍ୱାନରେ ବିଶ୍ଵ ସମୂହର ନିଷ୍ପତି ଅନୁଯାୟୀ ପୃଥିବୀ ଭୂପୃଷ୍ଠ ତମାମାତ୍ରା ବୃଦ୍ଧିକୁ ୧.୫ ଡିଗ୍ରୀରେ ସୀମିତ ରଖିବା ପାଇଁ ଯେଉଁ ନିଷ୍ପତ୍ତି ନିଆଯାଇଛି ତାହା ପାଇଁ ଅଧିକ ଅର୍ଥଦାନ ସହ ଜୀବାଶ୍ମ ଇନ୍ଧନ ବ୍ୟବହାର ବନ୍ଦ କରି ପରିବେଶ ସନ୍ତୁଳନରେ ସହାୟକ ହୁଅନ୍ତୁ ବୋଲି କହିଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ସୁଷମା ପଟେଲ । ଏଥିରେ ଅଂଶଗ୍ରହଣ କରିଥିଲେ ସଭାପତି ଶର୍ମିଷ୍ଠା କବିଶତପଥୀ, ନିରୁପମା ପତି, ଉମାକାନ୍ତ ପଣ୍ଡା, ସୌମ୍ୟପ୍ରସାଦ ନନ୍ଦ, ଗିରିଜା ଶଙ୍କର ଗୋସ୍ୱାମୀ, ସରୋଜିନୀ ସାହୁ, ଶଙ୍କର୍ଷଣ ଶତପଥି ପ୍ରମୁଖ ଓଡ଼ିଶାର ବିଭିନ୍ନ ଜିଲ୍ଲାର ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ।

Leave A Reply

Your email address will not be published.