csstore

ବଲାଙ୍ଗିର ଖ୍ରୀଷ୍ଟିୟ ସମାଜର ନୂଆଁଖାଇ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହର ସ୍ଥିତ ଖ୍ରୀଷ୍ଟିୟ ସମାଜ ଆନୁକୂଲ୍ୟରେ ଆନନ୍ଦ ଉଲ୍ଲାସର ସହିତ ନୂଆଁଖାଇ ପାଳନ କରାଯାଇଛି । ସକାଳ ୧୦ଟା ସମୟରେ ସହରର ସମସ୍ତ ଉପାସନାଳୟ / ସଭାଗୃହ ଠାରେ ନୂଆଁଚୁଡା ଉତ୍ସର୍ଗ କରାଯାଇ ଭକ୍ଷଣ କରାଯାଇଥିଲା । ଅପରାହ୍ନ ୩ଟା ସମୟରୁ ସ୍ଥାନୀୟ ମିଶନ ସ୍କୁଲ ଖେଳ ପଡିଆ ଠାରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସବ୍‌ ଜୁନିୟର, ନିମ୍ନ, ଉଚ୍ଚ, ବୟସ୍କ ଉଭୟ ପୁରୁଷ ମହିଳାଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ସମ୍ବଲପୁର ଧର୍ମାଞ୍ଚଳର ବିଶପ ଇମ୍ମାନୁଏଲ ଦାନୀ, ସମ୍ମାନିତ ଅତିଥି ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁଙ୍କ ସହିତ ଅନେକ ମାନ୍ୟଗଣ୍ୟ ମାନେ ଯୋଗଦାନ କରି ନୂଆଁଖାଇର ଶୁଭେଚ୍ଛା ଜ୍ଞାପନ କରିଥିଲେ । ନୂଆଁଖାଇର ମୁଖ୍ୟ ଶସ୍ୟ ଉତ୍ସର୍ଗ କାର୍ଯ୍ୟକ୍ରମ ନିୟୁ ଲାଇଫ୍‌ ଏସେମ୍ଲି ହଲ୍‌ ଠାରେ ଆୟୋଜିତ ହୋଇଥିଲା । କେନ୍ଦ୍ର ସଂପାଦକ ସଚ୍ଚିଦାନନ୍ଦ ହନୁମାନଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଶପ ଇମାନୁଏଲ ଦାନୀ ମଣ୍ଡଳି ସମୁହରୁ ଆସିଥିବା ନବ ଶସ୍ୟ ଗୁଡିକୁ ଉତ୍ସର୍ଗ କରିଥିଲେ । ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମକୁ ନରେଶ ମାଥ୍ୟୁସ, ମହେନ୍ଦ୍ର କୁମାର ବାଗ, ପ୍ରଫେସର ଦାଉଦ ସାଗର, ମାନୁଏଲ ବାରିକ, ଇମାନୁୁଏଲ ନନ୍ଦ, ଅବ୍ରାହମ ନାଗ, ଉମେଶ ଚନ୍ଦ୍ର ନାଗ, ଅରୁଣା ପାଣିଗ୍ରାହୀ, ଅଳକା ନନ୍ଦ, ସ୍ନିଗ୍ଧାରାଣୀ ନନ୍ଦ, ଶୈଳବାସିନୀ ସାଗର ପ୍ରମୁଖ ପରିଚାଳନା କରିଥିଲେ । ନୂଆଁଖାଇ କାର୍ଯ୍ୟକ୍ରମରେ ଆନନ୍ଦ ବଜାର ଆୟୋଜନ କରାଯାଇଥିଲା । ପରେ ଖ୍ରୀଷ୍ଟିୟାନ ୟୁଥ୍‌ ଫୋରମ୍‌ ତରଫରୁ ନୃତ୍ୟ ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବଲାଙ୍ଗିର ସହରାଂଚଳ ତଥା ଆଖପାଖ ଅଂଚଳରୁ ଉପସ୍ଥିତ ରହି ଉପଭୋଗ କରିଥିଲେ ।

jayashree
Leave A Reply

Your email address will not be published.