csstore

ଦୀପାବଳୀ ଉତ୍ସବ ଅବସରରେ ଦିବ୍ୟ ଜ୍ୟୋତି ଜାଗୃତି ଯୋଗ ସଂଗଠନ ପକ୍ଷରୁ ଜନ୍ମ ଜୟନ୍ତୀ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅକ୍ଟୋବର ମାସ ପୁଣ୍ୟ ପବିତ୍ର ଶ୍ୟାମାକାଳୀ ପୂଜା ତଥା ଦୀପାବଳୀ ଉତ୍ସବ ପାଳନ ଅବସରରେ, ଦିବ୍ୟ ଜ୍ୟୋତି ଜାଗୃତି ଯୋଗ ସଂଗଠନ ବଲାଙ୍ଗିର ପକ୍ଷରୁ ମହାନ୍ ଯୋଗୀ ପ୍ରେମୀ ଯୋଗ ନିଷ୍ଠ ଆନନ୍ଦ ଚନ୍ଦ୍ର ବେହେରାଙ୍କ ସୁପୁତ୍ରଙ୍କ ଜନ୍ମ ଜୟନ୍ତୀ ପାଳନ ଏବଂ ସୂର୍ଯ୍ୟ ପ୍ରକାଶ ସେଠୀଙ୍କ ସୁପୁତ୍ର ଆଶୀର୍ବଚନ, ନିମନ୍ତେ ସୂର୍ଯ୍ୟ ନଗର ସ୍ଥିତ ଅନାଥାଶ୍ରମରେ, ଅସହାୟ ଦୁର୍ବଳ ନିଃସହାୟ ନିରୁପାୟମାନଙ୍କୁ କିଛି ଭୋଜନ ବ୍ୟବସ୍ଥା କରିବା ସହିତ, ସେମାନଙ୍କ ନିରୋଗ ଓ ସୁସ୍ଥ କାମନା କରି, କିଛି ମଧୁର ଆଳାପ ଆଲୋଚନା ହୋଇ, ନିଜକୁ ଧନ୍ୟ ମନେ କରିଛନ୍ତି । ଏହି ନାରାୟଣ ସେବାରେ ଯେଉଁମାନେ ନିଜକୁ ସମ୍ପୂର୍ଣ୍ଣ ଜଡ଼ିତ ରଖିଥିଲେ ସେହି ସମାଜସେବୀ, ବୁଦ୍ଧିଜୀବୀ, ସେମାନେ ହେଲେ ବିଶିଷ୍ଟ ଗୁଣିଜ୍ଞାନୀ ବ୍ୟକ୍ତି ପ୍ରକାଶ କୁମାର ଦାସ, ସୁଶାନ୍ତ କୁମାର ପଣ୍ଡା, ଇଂ. ସୌମ୍ୟରଂଜନ ମେହେର, ଦୟାନିଧି ବାଗ, ସୁବ୍ରତ ପଟେଲ, ଶୁର୍ଚ୍ଚନ ପୁଟେଲ, ଟଙ୍କଧର ମହାକୁର, ଚୌବବର୍ଗ ବରାଳ, ୟାମୁଦ ମହମ୍ମଦ, ଯଶୋବନ୍ତ ରାଉତ, ଅନ୍ତର୍ଯ୍ୟାମୀ ଦାସ, ସୀତାରାମ ଦାସ, ବିରଞ୍ଚି ଗହୀର ଓ ତାଙ୍କ ସହଯୋଗୀ ସହଦେବ ଧରୁଆ ତତ୍ ସହିତ ଭଉଣୀମାନେ ଶ୍ରୀମତୀ ସୁଦେଷ୍ଣା ରାଉତ, ଶ୍ରୀମତୀ ସଙ୍ଗୀତା ପଟେଲ୍, ଶ୍ରୀମତୀ ମାନିନୀ ମେହେର, ଶ୍ରୀମତୀ ସ୍ୱାଗତିକା ବରାଳ, ରୋଜିନା ବେଗମ୍, ସୁଶ୍ରୀ ସ୍ନେହାରିକା ସାଏ ଓ ସୁଶ୍ରୀ ସୋମା ମେହେର ତଥା ଅନ୍ୟ ସମାଜସେବୀ ଯୋଗୀ ଭାଇଭଉଣୀମାନେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.