jsm

ପାକିସ୍ତାନର ଆତଙ୍କବାଦ ବିରୁଦ୍ଧରେ ଜିଲ୍ଲା କଂଗ୍ରେସ କମିଟି ତରଫରୁ “ଜୟ ହିନ୍ଦ ତ୍ରିରଙ୍ଗା ଯାତ୍ରା ” ର ଆୟୋଜନ

csstore

ବାରିପଦା, (ଦେବସ୍ମିତ ଚୌଧୁରୀ) : ପାକିସ୍ତାନର ଆତଙ୍କବାଦ ବିରୁଦ୍ଧରେ ଜିଲ୍ଲା କଂଗ୍ରେସ କମିଟି ତରଫରୁ ବାରିପଦାରେ “ଜୟ ହିନ୍ଦ ତ୍ରିରଙ୍ଗା ଯାତ୍ରା ” ର ଆୟୋଜନ କରାଯାଇଥିଲା । କୃଷ୍ଣଚନ୍ଦ୍ର ଗୋଲେଇଠାରୁ ଏହି ଶୋଭାଯାତ୍ରା ଆରମ୍ଭ ହୋଇ ବିଜୁ ପଟ୍ଟନାୟକ ଗୋଲେଇ ପର୍ଯ୍ରନ୍ତ ଯାଇଥିଲା । ଆତଙ୍କବାଦ ବିରୁଦ୍ଧରେ ଆମେ ସମସ୍ତେ ଭାରତୀୟ ଆମର ବୀର ଜବାନ ମାନଙ୍କ ସହ ରହିଛୁ ଏବଂ ରହିବୁ । ଆମର ସେନା ଆମର ଗର୍ବ । ଆତଙ୍କବାଦ ବିରୁଦ୍ଧରେ ଭାରତୀୟ ବୀର ଜବାନ ମାନଙ୍କ ସମ୍ମାନାର୍ଥେ ଏହି ଲଢେଇରେ ଆମେ ସମସ୍ତେ ଦଳମତ ନିର୍ବିଶେଷରେ ଏକ ହୋଇ ଲଢିବୁ ଏହି ବାର୍ତ୍ତା ଏ ଶୋଭାଯାତ୍ରାର ମୂଳମନ୍ତ୍ର । ଆଜିର ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ସଭାପତି ହେମନ୍ତ ଦାସ, ଅଶୋକ ଅଧିକାରୀ, ପ୍ରଦୀପ ମିଶ୍ର, ସ୍ୱରୁପ ମିଶ୍ର, ଶାନ୍ତନୁ ପାଲ, ଅରବିନ୍ଦ ଦାସ, ଶିବାନନ୍ଦ ଦାସ, ସୁଦୀପ ମନ୍ତୀ, ସୁସ୍ମିତା ଘୋଷାଲ, ସୁଭସ୍ମିତା ଦାସ, ରଶ୍ମିତା ମିଶ୍ର, ୱାହିଦା ଅହମ୍ମଦ, ପିଙ୍କି ମହାପାତ୍ର, ସୁମିତା ନାୟକ, ନାରାୟଣ ପଟ୍ଟନାୟକ, ପୂଣ୍ଣ ବିଶ୍ୱାଳ, ନିର୍ମଳ ପ୍ରଧାନ, ଦିଲ୍ଲୀପ ନାୟକ, ଦୀପକ ଦାଶ, ନିହାର ମନ୍ତୀ, ସୁଭମ ମହାନ୍ତି, କାର୍ତ୍ତିକ ମହାନ୍ତ, ତାରାକାନ୍ତ ବେହେରା ପ୍ରମୁଖ ଶତାଧିକ କର୍ମୀ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

yuvodaya
Leave A Reply

Your email address will not be published.