pakka

ପୁନର୍ଗଠନ ହେବାକୁ ଥିବା ସମବାୟ ଅଡିଟ୍‌ ସର୍କଲମାନଙ୍କ ମଧ୍ୟରେ ସମ୍ବଲପୁର, ବଲାଙ୍ଗିର, କଳାହାଣ୍ଡି, ସୁନ୍ଦରଗଡ ଓ କୋରାପୁଟକୁ ଗ୍ରେଡ-୧ ପାହ୍ୟା ଦିଆଯାଉ : ରମେଶ ଚନ୍ଦ୍ର ପଧାନ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସମବାୟ ବିଭାଗ ଚିଠି ନମ୍ବର ୧୦୫୫୦, ତା.୧୬.୧୧.୧୨ ଅନୁସାରେ ସମବାୟ ଅଡିଟ୍‌ର ଉନ୍ନତି ନିମନ୍ତେ ଯେଉଁ ୩୦ ଗୋଟି ସର୍କଲ ହେବ ଏବଂ ସେହି ସର୍କଲମାନଙ୍କ ମଧ୍ୟରୁ ଯେଉଁ ୧୦ଟି ସର୍କଲକୁ ଗ୍ରେଡ-୧ ପାହ୍ୟା ଦିଆଯିବ ସେଥିରେ ସମ୍ବଲପୁର, ବଲାଙ୍ଗିର, କଳାହାଣ୍ଡି, ସୁନ୍ଦରଗଡ ଓ କୋରାପୁଟକୁ ଗ୍ରେଡ-୧ ପାହ୍ୟା ଦେବାକୁ ଅନୁରୋଧ କରାଯାଉଛି । ପ୍ରସ୍ତାବିତ ଯେଉଁ ୩୦ଗୋଟି ମଧ୍ୟରୁ ଦଶ ଗୋଟି ଗ୍ରେଟ-୧ ହେବ ସେଥିରେ ଏହି ସବୁ ସର୍କଲକୁ ଗ୍ରେଡ-୧ କରାଯାଉ । ବିଶିଷ୍ଟ ସମାଜସେବୀ ରମେଶ ଚନ୍ଦ୍ର ପଧାନ ଯିଏକି ସ୍ୱତନ୍ତ୍ର ସମବାୟ ଅଡିଟ୍‌ ଓଡିଶାରେ ଖୋଲିବା କ୍ଷେତ୍ରରେ ବହୁ ଚେଷ୍ଟା କରିଥିଲେ ଏବଂ ଗତ ୨୫ ବର୍ଷ ହେଲା ଭାରତର ସମବାୟ, କୃଷି ଓ ସମାଜର ଉନ୍ନତି ନିମନ୍ତେ ବହୁ କାର୍ଯ୍ୟ କରି ଆସୁଛନ୍ତି ସେ ଏହି ପୁରୁଣା ଓ ବଡ ସର୍କଲ ଗୁଡିକୁ ଗ୍ରେଡ-୧ ପାହ୍ୟା ଦେବାକୁ ସରକାରଙ୍କ ଠାରେ ଅନୁରୋଧ କରୁଛନ୍ତି ।

jay balangir
Leave A Reply

Your email address will not be published.

five × 2 =