jsm

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପହଁରିଲେ ଛାତ୍ର ନେତା

csstore

ବରଗଡ, (ମୁନ୍ନା ସାହୁ) : ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ର କଂଗ୍ରେସର ଅଭିନବ ପ୍ରତିବାଦ । ଟ୍ୟୁବ୍‌ ସାହାଯ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜମା ହୋଇଥିବା ପାଣିରେ ସୁଇମିଙ୍ଗ କଲେ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଗୌରବ ପତି ଆଜାଦ । ସୋମବାର ଦିନ ଅଭିନବ ଢଙ୍ଗରେ ପ୍ରତିବାଦ କରିବା ସହ ପ୍ରଶାସନ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ବରଗଡ଼ରେ ପ୍ରବଳ ବର୍ଷା ଲାଗି ରହିଛି । ସହରର ଅନେକ ଅଫିସ, ଘର ଏବଂ ରାସ୍ତାରେ ଏବେ ଡ୍ରେନ ପାଣି ଜମା ରହିଥିବା ଦେଖିବାକୁ ମିଳିଛି । ତେବେ ସହରରେ ଡ୍ରେନେଜ ବ୍ୟବସ୍ଥା ଫେଲ ମାରିଥିବା ବେଳେ ଖୋଦ୍‌ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଏତେ ପରିମାଣରେ ପାଣି ଜମା ହେବା ଦ୍ୱାରା ଜନସାଧାରଣ ଏବଂ ଅଫିସ ଷ୍ଟାଫ ଯିବା ଆସିବା ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଇଛି । ତେବେ ଏଭଳି ପରିସ୍ଥିତିରେ ଛାତ୍ର କଂଗ୍ରେସ ଏକ ନିଆରା ଢଙ୍ଗରେ ପ୍ରତିବାଦ କରିବା ସହ ଟ୍ୟୁବ୍‌ ସାହାଯ୍ୟରେ କାର୍ଯ୍ୟାଳୟ ସମ୍ମୁଖରେ ସୁଇମିଙ୍ଗ କରୁଥିବା ଦେଖିବାକୁ ମିଳିଛି । ସରକାର ଓ ପ୍ରଶାସନକୁ ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଦାବି କରିବା ସହ ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି ।

yuvodaya
Leave A Reply

Your email address will not be published.