pakka

ବିଇଓଙ୍କ ତତ୍ପରତା : ପଦୋନ୍ନତି ପାଇଲେ ୯୯ ଶିକ୍ଷକ ଶିକ୍ଷୟିତ୍ରୀ

kalikesh

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଶିକ୍ଷା ବିଭାଗ ଅଧିନସ୍ଥ ବିଭିନ୍ନ ସ୍କୁଲରେ କାର୍ଯ୍ୟରତ ୯୯ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପଦୋନ୍ନତି ମିଳିଛି । ବ୍ଳକର ଏହି ଶିକ୍ଷକ ଶିକ୍ଷୟତ୍ରୀ ପଦୋନ୍ନତି ପାଇଁ କାଉନସେଲିଂ ପ୍ରକ୍ରିୟା ଶେଷ ହୋଇଛି । ଏଥିରେ ଜଣେ ତୃତୀୟ ବର୍ଗର ପ୍ରଧାନଶିକ୍ଷକ, ସ୍ନାତକ କଳା ଶିକ୍ଷକ ୪୬ ଜଣ ଓ ଅଣ ସ୍ନାତକ ପ୍ରାଥମିକ ପ୍ରଧାନ ଶିକ୍ଷକ ୪୬ ଜଣଙ୍କୁ ପଦୋନ୍ନତି ମିଳିଛି । ୧୧୧ ଜଣ ଶିକ୍ଷକଙ୍କ ମଧ୍ୟରେ ୯୯ଜଣଙ୍କୁ ପଦୋନ୍ନତି ମିଳିଥିବା ବେଳେ ଅନ୍ୟ ୧୨ ଜଣ ନିଜ ତରଫରୁ ପ୍ରଧାନ ଶିକ୍ଷକ ପଦବୀ ପାଇଁ ମନା କରିଥିବା ଜଣାପଡିଛି । ଶିକ୍ଷକଙ୍କ ପଦୋନ୍ନତି ସମେତ ବିଭିନ୍ନ ସମସ୍ୟା ସମାଧାନ ଦିଗରେ ବିଇଓ ଗୋବର୍ଦ୍ଧନ ଭୋଇ ତତ୍ପରତାର ସହ ପଦକ୍ଷେପ ନେଇଥିବାରୁ ଶିକ୍ଷକ ସଙ୍ଗଠନର ଟିଟିଲାଗଡ଼ ଜେନେରାଲ ସମ୍ପାଦକ ତପନ ଦାସ ପ୍ରମୁଖ କୃତଜ୍ଞତା ଜଣାଇଛନ୍ତି ।

pp
Leave A Reply

Your email address will not be published.

16 − five =