csstore

୩୦ତମ ଓଡିଶା ରାଜ୍ୟସ୍ତରୀୟ ଉଷୁ ପ୍ରତିଯୋଗିତାରେ ବଲାଙ୍ଗିରକୁ ୫ଟି ପଦକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଉରକେଲାର ମଧୁସୂଦନ ଭବନ ଠାରେ ତା. ୫ରୁ ୭ ଜୁଲାଇ ୨୦୨୪ ୩୦ତମ ଉଷୁ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଓଡିଶାର ୨୨ଟି ଜିଲ୍ଲାରୁ ପ୍ରାୟ ୩୦୦ ପ୍ରତିଯୋଗି ଅଂଶଗ୍ରହଣ କରିଥିଲେ । ସେଥିରେ ବଲାଙ୍ଗିର ଜିଲ୍ଲାରୁ ୬ ଜଣ ପ୍ରତିଯୋଗି ଅଂଶଗ୍ରହଣ କରିଥିଲେ । ମେଡାଲ୍‌ ପାଇଥିବା ଖେଳାଳିମାନେ ହେଲେ ସୁହାନି ଗୁରହାଣ୍ଡି ସ୍ୱର୍ଣ୍ଣ ପଦକ, ଅଂଶୁମାନ ସାହୁ ସ୍ୱର୍ଣ୍ଣ ପଦକ, ଅନାମିକା ଗୁରହାଣ୍ଡି ରୌପ୍ୟ ପଦକ, ଦୟା ସାଗର ରୌପ୍ୟ ପଦକ, ଆଲୋକ ନାୟକ କାଂସ୍ୟ ପଦକ ପାଇଥିଲେ ବୋଲି ବଲାଙ୍ଗିର ଉଷୁ କୋଚ ଯୁଧିଷ୍ଟିର ଗୁରହାଣ୍ଡି ସୂଚନା ଦେଇଛନ୍ତି । ସଫଳତା ପାଇଁ ବଲାଙ୍ଗିର ଉଷୁ ସଂଘର ସଭାପତି ତପନ ପାଣିଗ୍ରାହୀ ଏବଂ ଓଡିଶା ଉଷୁ ସଂଘର ଚେୟାରମେନ ତଥା ପ୍ରତିଷ୍ଠାତା ସୁଧାଂଶୁ ଶେଖର ହରିଚନ୍ଦନ ଶୁଭେଚ୍ଛା ଜଣାଇଛନ୍ତି ।

jayashree
Leave A Reply

Your email address will not be published.