ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଜିଲ୍ଲାରେ ୧୫ ଦିନ ବ୍ୟାପି ଶିଶୁ ଶ୍ରମିକ ନିରାକରଣ ଅଭିଯାନରେ ଅଂଶ ସ୍ଵରୂପ ଏକ ଶିଶୁ ଶ୍ରମିକ ନିରାକରଣ ସଚେତନତା ପଦଯାତ୍ରା ଆଜି ରେଲୱେ ଷ୍ଟେସନ ନିକଟସ୍ଥ ହନୁମାନ ମନ୍ଦିରଠାରୁ ଆରମ୍ଭ ହୋଇ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପହଂଚିଥିଲା । ଏହି କାର୍ଯ୍ୟକ୍ରମରେ ଜନ ସାଧାରଣ ଓ ବାଣିଜ୍ୟ ପ୍ରତିଷ୍ଠାନର ସତ୍ଵାଧିକାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଗଲା । ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ରଘୁନାଥପାଲି ଦୁର୍ଗା ଚରଣ ତନ୍ତୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସବୁଜ ପତାକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ । ଯୁଗ୍ମ ଶ୍ରମ ଆୟୁକ୍ତ ପ୍ରଣବ ଜେନା, ପ୍ରଭାଗୀୟ ଶ୍ରମ ଆୟୁକ୍ତ ସୁନିତା କିସାନ, ଜିଲ୍ଲା ଶ୍ରମ ଅଧିକାରୀ ରାଉରକେଲା ଗୋପାଳ କୃଷ୍ଣ ମଙ୍ଗରାଜ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଶିଶୁ କଲ୍ୟାଣ କମିଟି ଓ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଆଦି ଓ କାର୍ଯ୍ୟାଳୟର ଅଧିକାରୀ ତଥା କର୍ମଚାରୀଙ୍କ ଉପସ୍ଥିତ ଥିଲେ । ଉକ୍ତ ଶିଶୁ ଶ୍ରମିକ ନିରାକରଣ ସଚେତନତା ପଦଯାତ୍ରାରେ ସମସ୍ତ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହିତ ଜିଲ୍ଲାକୁ କିଭଳି ଶିଶୁ ଶ୍ରମିକ ମୁକ୍ତ କରାଯାଇପାରିବ ତଥା ଶିଶୁମାନଙ୍କର ଅଧିକାର, ଶିଶୁ ସୁରକ୍ଷା ଓ ଶିଶୁ ଶ୍ରମିକ ନିୟୋଜନରେ ଦଣ୍ଡବିଧାନର ପ୍ରାବଧାନ ସମ୍ପର୍କରେ ସର୍ବ ସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରଯାଇଥିଲା ।
