csstore

ବଲାଙ୍ଗିରରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ପୁର୍ବତନ ସାସଂଦ ତଥା ବର୍ତ୍ତମାନର ଓଡିଶା ରାଜ୍ୟ ଗୃହ ନିର୍ମାଣ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓଙ୍କ ନେତୃତ୍ୱରେ ବଲାଙ୍ଗିର ଠାରେ ଏକ ବିଶାଳ ଜନ ସମ୍ପର୍କ ପଦଯାତ୍ରା ବଲାଙ୍ଗିର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ଠାରୁ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଆରମ୍ଭ କରାଯାଇଥିବା ବେଳେ ବଲାଙ୍ଗିର ପର୍ଯ୍ୟବେକ୍ଷକ ତଥା ଭଟଲି ବିଧାୟକ ଶୁସାନ୍ତ ସିଂ ଏହି ପଦଯାତ୍ରାରେ ଯୋଗଦାନ କରିଥିଲେ । ବଲାଙ୍ଗିର ବିଜେଡିର ବିଶାଳ ଜନ ସମ୍ପର୍କ ପଦଯାତ୍ରା ପୁର୍ବତନ ସାସଂଦ ତଥା ଓଡିଶା ରାଜ୍ୟ ଗୃହ ନିର୍ମାଣ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓଙ୍କ ସହିତ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ, ପୁର୍ବତନ ପୌରାଧ୍ୟକ୍ଷା ସନ୍ତୋଷିନୀ ବେହେରାଙ୍କ ସହିତ ବଲାଙ୍ଗିର ସଦର ବ୍ଲକ ଅଧ୍ୟକ୍ଷା ସରିତା ବାଗ ବଲାଙ୍ଗିର, ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁ ଏବଂ ସମସ୍ତ ମହିଳା କାଉନସିଲର ଓ ଜିଲ୍ଲା ପରିଷଦ ସଭ୍ୟା ତଥା ଶହସ୍ରାଧିକ ମହିଳା ଉପସ୍ଥିତ ରହି ସହର ପରିକ୍ରମା କରି ମୁଖ୍ୟମନ୍ତ୍ରୀଙ୍କ ବିକାଶମୂଳକ କାର୍ଯ୍ୟକ୍ରମର ବାର୍ତ୍ତା ଦେଇଥିଲେ ।

jayashree
Leave A Reply

Your email address will not be published.