jayashree

ବୀରମିତ୍ରପୁର ବିଧାୟକଙ୍କ ଜନସମ୍ପର୍କ ପଦଯାତ୍ରା

ବୀରମିତ୍ରପୁର, (କେପିଏନ୍‌ଏସ୍‌) : କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଦେଲକି, ଅଣ୍ଡାଳି, ମଝାପଡ଼ା ଏବଂ ସଲାଙ୍ଗବହାଲ ପଞ୍ଚାୟତରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି । ବାଇକ ରାଲି ମାଧ୍ୟମରେ ଗାଁ ଗାଁ ବୁଲି ବୀରମିତ୍ରପୁର ବିଧାୟକ ରୋହିତ ଯୋସେଫ ତୀର୍କି ଲୋକଙ୍କ ସୁଖ ଦୁଃଖ ବୁଝିଛନ୍ତି । ମା’ ମାନଙ୍କ ସହ ଆଲୋଚନା, ଘରେ ଘରେ ବସି ଚା’ ପିଇବା ଏବଂ ମହିଳାଙ୍କ ଅଭିଯୋଗ ଶୁଣିବା – ଏହା ହିଁ ପ୍ରକୃତ ଜନସେବା । ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ସହ ବିଧାୟକ ପ୍ରାର୍ଥନିଧି ମହେଶ ସାହୁ, ସୁବୋଧ ସାହୁ, ଓନାମ, ଦେଲକି ସରପଞ୍ଚ ସୁନିତା କିନ୍ଦ, ମଝାପଡ଼ା ସରପଞ୍ଚ ମର୍ଯ୍ୟାନୁଷ କିର ଏବଂ ସଲାଙ୍ଗବହାଲ ସରପଞ୍ଚ ମଞ୍ଜୁଳା, ସଞ୍ଜୟ ଜଏଶ୍ୱାଳ, ଗୁଡ୍ଡୁ ସାହୁ ଏବଂ ଅନେକ ବିଜୁ ଯୁବ ଛାତ୍ର ମହିଳା ଜନତା ଦଳର କର୍ମୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.