jayashree

ବିଶ୍ୱ ମିତବ୍ୟୟିତା ଦିବସ ଓ ସଞ୍ଚୟ ପକ୍ଷ ଉପଲକ୍ଷେ ବକ୍ତୃତା ପ୍ରତିଯୋଗିତା

ବଲାଙ୍ଗିର, (ନିପ୍ର) : ରାଜ୍ୟ ସରକାରଙ୍କ ଆର୍ଥକ ସେବା ନିର୍ଦ୍ଦେଶାଳୟ ଆନୁକୂଲ୍ୟରେ ସଂସ୍କୃତି ଭବନ, ବଲାଙ୍ଗିର ଠାରେ ଓଡ଼ିଆ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଅବସରପ୍ରାପ୍ତ ପ୍ରଧ୍ୟାପକ ଡ. ପ୍ରେମଚାନ୍ଦ ମହାନ୍ତି, ପ୍ରାଧ୍ୟାପିକା ଡ. ମିନତୀ ଦେବତା ଓ ବରିଷ୍ଠ ସାମ୍ବାଦିକ ଆନନ୍ଦ ଚନ୍ଦ୍ର ସାହୁ ପର୍ଯ୍ୟବେକ୍ଷକ ରୂପେ କାର୍ଯ୍ୟ ତୁଲାଇଥିଲେ । ଉକ୍ତ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ସୁଶ୍ରୀ ଦମୟନ୍ତୀ ଖୁଆସ୍ (ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବଲାଙ୍ଗିର), ଦ୍ୱିତୀୟ ସ୍ଥାନ କବୀର କିରଣ ସେଠ୍ (ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କଲେଜ ଛକ, ବଲାଙ୍ଗିର) ଏବଂ ତୃତୀୟ ସ୍ଥାନ ସୁଶ୍ରୀ ସ୍ତୁତି ସାଗର (ପଞ୍ଚାୟତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ନଅଗାଁ (ଖ), ଆଗଲପୁର, ବଲାଙ୍ଗିର) ହାସଲ କରିଥିଲେ । “ମିତବ୍ୟୟିତା, ସଞ୍ଚୟ, ସତର୍କତା ଓ ସଚେତନତା” ବିଷୟରେ ଛାତ୍ରଛାତ୍ରୀମାନେ ଏହାର ସଦୁପଯୋଗ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋକପାତ କରିଥିଲେ । ବଲାଙ୍ଗିର ଭାରପ୍ରାପ୍ତ ସହାୟକ ନିର୍ଦ୍ଦେଶକ, ସଞ୍ଚୟ ଓ ଆର୍ଥକ ସେବା ଅଧିକାରୀ ଶ୍ରୀମତୀ ରଞ୍ଜିତା ପଟ୍ଟା ପ୍ରତିଯୋଗିତା ପରିଚାଳନା କରିଥିବା ବେଳେ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ଏବଂ ଏହିପରି ପ୍ରତିବର୍ଷ ବିଶ୍ଵ ମିତବ୍ୟୟିତା ଦିବସ ଓ ସଞ୍ଚୟ ପକ୍ଷ ଉପଲକ୍ଷେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୁଏ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ସଞ୍ଚୟ ଓ ଆର୍ଥକ ସେବା ବିଭାଗର ଶ୍ରୀମତୀ ପଦ୍ମିନୀ ସେଠ୍ ଓ ପୁରୁଷୋତ୍ତମ ମୁନା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.