
- ରାବଣ ଦରବାରରେ ଜମିଲା ଦର୍ଶକଙ୍କ ଭିଡ଼, ଚକ୍ର ସାହୁଙ୍କ ଅଭିନୟ ମନ ମୋହିଲା
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ୍ ଅନ୍ତର୍ଗତ ଜାମସେଠ ଗ୍ରାମରେ ତିନି ଦିନ ଧରି ଚାଲିଥିବା ୪୨ତମ ସାର୍ବଜନୀନ କାଳୀପୂଜା ମଙ୍ଗଳବାର ରାତିରେ ପୂର୍ଣ୍ଣାହୁତି ସହ ସମ୍ପନ୍ନ ହୋଇଛି । ଏହି ଅବସରରେ ଆୟୋଜିତ ରାବଣପୋଡ଼ି ଓ ରାବଣ ଦରବାର କାର୍ଯ୍ୟକ୍ରମ ଉତ୍ସବର ମୁଖ୍ୟ ଆକର୍ଷଣ ପାଲଟିଥିଲା । ଚଳିତ ବର୍ଷ ଚନ୍ଦ୍ରଭାନୁ ସାହୁ ଓ ଅନୀତା ସାହୁ ପୂଜାକର୍ତ୍ତା ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ମୁଖ୍ୟ ପୂଜକ ପଣ୍ଡିତ ଗୋବର୍ଦ୍ଧନ ଦାଶ ରୀତିନୀତି ଅନୁଯାୟୀ ପୂଜାକାର୍ଯ୍ୟ ସମ୍ପନ୍ନ କରିଥିଲେ । ମଙ୍ଗଳବାର ଅପରାହ୍ନ ୪ଟାରୁ ରାବଣପୋଡ଼ି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଜାମସେଠ ବସଷ୍ଟାଣ୍ଡରୁ ଏକ ଆକର୍ଷଣୀୟ ଶୋଭାଯାତ୍ରା ବାହାରି ରାବଣ ଦରବାରରେ ପହଞ୍ଚିଥିଲା । ରାବଣ ଭୂମିକାରେ ଚକ୍ର ସାହୁଙ୍କ ନିଖୁଣ ଅଭିନୟ ଦର୍ଶକଙ୍କ ମନ ମୋହିଥିଲା । ରାବଣ ଦରବାରରେ ମୁଖ୍ୟ ଅତିଥି ଭାବେ ପାଇକମାଲ ଥାନାଧିକାରୀ କୈଳାସ ଚନ୍ଦ୍ର ପ୍ରଧାନ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ସରପଞ୍ଚ ଆର୍ତ୍ତତ୍ରାଣ ସାହୁ, ସାମ୍ବାଦିକ ଶିରୀଶ ଚନ୍ଦ୍ର ମାଝୀ ଓ ଧୀରେନ ମହାନ୍ତି, ପୂଜା କମିଟି ସଭାପତି ହେମନ୍ତ ପ୍ରଧାନ, ସମ୍ପାଦକ ଅକ୍ଷୟ ପ୍ରଧାନ, କୋଷାଧ୍ୟକ୍ଷ ସନ୍ତୋଷ ପୂଝାରୀ, ଉପଦେଷ୍ଟା ଶତ୍ରୁଘ୍ନ ସାହୁ, ସାମ୍ବାଦିକ ମାନସ ରଞ୍ଜନ ନାୟକ, କୃଷ୍ଣଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ପ୍ରମୋଦ ରାୟ ସଭା ପରିଚାଳନା କରିଥିଲେ ।କା ର୍ଯ୍ୟକ୍ରମ ଦେଖିବା ପାଇଁ ଗ୍ରାମବାସୀଙ୍କ ସମେତ ଆଖପାଖ ଅଞ୍ଚଳର ବହୁ ଲୋକଙ୍କ ସମାଗମ ହୋଇଥିଲା । ଏହି ପୂଜା କମିଟି ସଭାପତି ହେମନ୍ତ ପ୍ରଧାନ, ସମ୍ପାଦକ ଅକ୍ଷୟ ପ୍ରଧାନ, କୋଷାଧ୍ୟକ୍ଷ ସନ୍ତୋଷ ପୂଝାରୀ ଏବଂ ଉପଦେଷ୍ଟା ଆର୍ତ୍ତତ୍ରାଣ ସାହୁ, ଶତ୍ରୁଘ୍ନ ସାହୁ, ପ୍ରମୋଦ ରାୟ, କ୍ଷିରୋଦ ମାଝୀ, ସରୋଜ ପଟ୍ଟନାୟକ, ନଟବର ପ୍ରଧାନ, ଅମୀୟ ରଣା, ଶରତ ତାଣ୍ଡି, ସୁରେଶ ରଣା, ଗଙ୍ଗାଧର ରଣା, ପ୍ରଦୀପ୍ତ ସାହୁ, ନାରାୟଣ ପ୍ରଧାନ, ରବି ରଣା, ନେତ୍ରାନନ୍ଦ ରଣା, ନରେଶ ନେଉରା, ମଦନ ଭୋଇ, ଶିବ ପ୍ରଧାନ, ନିରଞ୍ଜନ ପ୍ରଧାନ, କୁଶଳ ରଣା, ମନଧର ଭୋଇ ଓ ସୋମେଶ ମାଝୀଙ୍କ ସମେତ ସମସ୍ତ ଗ୍ରାମବାସୀଙ୍କ ସହଯୋଗରେ ଉତ୍ସବ ସଫଳତାର ସହ ସମ୍ପନ୍ନ ହୋଇଥିଲା ।