ବରଗଡ, (ମୁନ୍ନା ସାହୁ) : ଜବର ଦଖଲ ଉଚ୍ଛେଦ ଦାବିରେ ରାସ୍ତାକୁ ଓହ୍ଲାଇଲେ ବରଗଡ଼ କଲେଜ ରୋଡ଼ ୱାର୍ଡ ନମ୍ବର ୩ର ବାସୀନ୍ଦା । ବରଗଡ଼ କଲେଜ ରୋଡ଼ରୁ ଏସ୍ପି ଅଫିସ ପର୍ଯ୍ୟନ୍ତ ଜବର ଦଖଲ ଉଚ୍ଛେଦ କରାଯିବା ଦାବିରେ ରାସ୍ତାରୋକ କଲେ କଲେଜ ରୋଡ଼ ପଡାବାସୀ । ସୂଚନା ଅନୁସାରେ ବତ୍ର୍ତ୍ତମାନ ରୋଡ଼ରେ ବେଆଇନ ପାର୍କିଙ୍ଗ ଏବଂ ରାସ୍ତାରେ ଜବର ଦଖଲ ଯୋଗୁଁ ପଡାବାସୀ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯାହାକୁ ନେଇ ପଡାବାସୀ ରାସ୍ତାକୁ ଓହ୍ଲାଇଛନ୍ତି । ରାସ୍ତାରେ ଥିବା ଜବର ଦଖଲ ଗୁଡିକୁ ହଟାଯାଉ ବୋଲି ଦାବି କରାଯାଇଛି ।
Prev Post