ଚକ ଫାଟି ରାସ୍ତା ଉପରେ ଓଲଟିଲା ଔଷଧ ବୋଝେଇ ଟ୍ରକ

ବୌଦ୍ଧ,(ବଂଶୀଧର ମାଝୀ): ଆଜି ସକାଳ ପ୍ରାୟ ଘ. ୬.୪୫ ମି. ସମୟରେ ଜାତୀୟ ରାଜପଥ ନଂ.୫୭ର ତେଲିବନ୍ଧ ନିକଟରେ ଭାରସାମ୍ୟ ହରାଇ ଗୋଟିଏ ଔଷଧ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା ମଝିରେ ଓଲଟି ପଡିଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଭୁବନେଶ୍ୱରରୁ ଔଷଧ ବୋଝେଇ କରି ବଲାଙ୍ଗୀର ଯାଉଥିବା ଓଡି୦୨ ଏଏମ ୧୪୨୧ ଜାତୀୟ ରାଜପଥ ନମ୍ବର ୫୭ର ତେଲିବନ୍ଧ ବାହାଲ ପୋଲ ନିକଟରେ ପଛ ଚକ ଫାଟି ଯିବାରୁ ଓଲଟି ପଡିଥିଲା । ଟ୍ରକରେ ଥିବା ଡ୍ରାଇଭର ଓ ହେଲ୍ପର ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଟ୍ରକ ରାସ୍ତା ମଝିରେ ଓଲଟି ପଡିଥିବାରୁ ରାସ୍ତାରେ ଯାନବାହାନ ଚଳାଚଳରେ ଅସୁବିଧା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.