ସରକାରୀ ସହାୟତା ଅପେକ୍ଷାରେ ଭିନ୍ନକ୍ଷମ ହୃଷୀକେଶ

ବଲାଙ୍ଗିର, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ବାନିପାଲି ପଞ୍ଚାୟତ ବବଜା ଗାଁର ହୃଷିକେଶ ଗଡତ୍ୟା । ସେ ଗତ ୨୦୧୨ ମସିହାରୁ ଭିନ୍ନକ୍ଷମ ଅବସ୍ଥାରେ ଅଛନ୍ତି । ସାଙ୍ଗରେ ତାଙ୍କର ସ୍ତ୍ରୀ ମଧ୍ୟ ରହନ୍ତି । ତାଙ୍କ ସ୍ତ୍ରୀ ଦିନ ମଜୁରିଆ ଭାବେ କାମ କରି କଷ୍ଟେ ମଷ୍ଟେ ପରିବାର ପ୍ରତିପୋଷଣ କରିଥାନ୍ତି । ତେବେ ଅଦ୍ୟାବଧି ସରକାରୀ ସ୍ତରରେ କିଛି ସାହାଯ୍ୟ ହୃଷୀକେଶଙ୍କୁ ମିଳିପାରି ନାହିଁ । ନା ତାଙ୍କର ଅଛି ଭିନ୍ନକ୍ଷମ ଭତ୍ତା ଅଥବା ରାସନ କାର୍ଡ । ଏପରିକି ଚାଳ ଛପର ଘରେ ରହୁଥିବା ହୃଷୀକେଶଙ୍କୁ ଆବାସ ଯୋଜନାରେ ଘର ଖଣ୍ଡିଏ ମଧ୍ୟ ମିଳି ପାରି ନାହିଁ । ଏପରି ସ୍ଥିତିରେ ହୃଷୀକେଶଙ୍କ ଅବସ୍ଥା ଦିନକୁ ଦିନ ଅତି ଶୋଚନୀୟ ହେବାକୁ ଲାଗିଛି । ପେଟକୁ ଦୁଇବେଳା ମୁଠାଏ ଦାନା ଯୋଗାଡ଼ କରିବାରେ ଅସମର୍ଥ ହୃଷିକେଶଙ୍କ ପାଇଁ ଡାକ୍ତରୀ ଚିକିତ୍ସା ଦିବାସ୍ବପ୍ନ ପରି । ଏଭଳି ସ୍ଥିତିରେ ତାଙ୍କ ପାଇଁ ସରକାରୀ ସହାୟତା ଜରୁରୀ ହୋଇ ପଡିଛି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ବାସିନ୍ଦା ଦାବୀ କରିଛନ୍ତି ।

Leave A Reply

Your email address will not be published.