jsm

ସାମ୍ବାଦିକ ଭବନ ଠାରେ ଓଟିଭିର ୨୫ ବର୍ଷ ପୂର୍ତ୍ତି ଉତ୍ସବ ପାଳନ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଟିଭିର ୨୫ ବର୍ଷ ପୂର୍ତ୍ତି ଉତ୍ସବ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ପାଳିତ ହୋଇଯାଇଛି । ଓଟିଭିର ପଶ୍ଚିମ ଓଡିଶା ବ୍ୟୁରୋ ଚିଫ୍‌ ମନରଂଜନ ଯୋଷୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପଶୁକବୀ ସୁଶୀଲ ମିଶ୍ର, ରସରାଜ ଅଚ୍ୟୁତ ପୁରୋହିତ, ବିପ୍ଲବୀ କବି ନୀତୀଶ ଆଚାର୍ୟ୍ୟ, ହାସ୍ୟକବି ଦେବେନ୍ଦ୍ର ସାହୁ, ଚେତନା କବି ରାଜେଶ କାରିଆ, କବି ଗୌରବ ମନୋରଂଜନ ଲୁହା ପ୍ରମୁଖ ମଂଚାସୀନ ଥିଲେ । ଏହି କାର୍ୟ୍ୟକ୍ରମରେ ସହରର ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିବା ବେଳେ ଶେଷରେ ଓଟିଭିର ପଶ୍ଚିମ ଓଡିଶା ବ୍ୟୁରୋ ଚିଫ୍‌ ଶ୍ରୀ ଯୋଷୀ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.