ଓପିଏସ୍‌ସି ପାଇଲେ ଶୈଳସୂତା ଦାସ

ମ.ରାମପୁର, (ହେମନ୍ତ ସାହୁ) : ସଂପ୍ରତି ପ୍ରକାଶ ପାଇଥିବା ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ୧୭୭ ର୍ୟାଙ୍କ ରଖି କୃତ କାର୍ଯ୍ୟ ହୋଇଛନ୍ତି ଶୈଳସୂତା ଦାସ । ପିତା ଅନୀଲ କୁମାର ଦାସ ଓ ମାତା ସବିତା ଦାସଙ୍କ ଝିଅ ଶୈଳସୂତା ମ.ରାମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ୨୦୧୦ ମସିହାରେ ସପ୍ତମ ଶ୍ରେଣୀ ପାସ କରିବା ପରେ ଦୁର୍ଗା ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟରେ ୨୦୧୩ ମସିହାରେ ମାଟ୍ରିକ ପାସ କରିଥିଲେ । ପରେ ଗାୟତ୍ରୀ କଲେଜ୍‌ରେ ଯୁକ୍ତ ଦୁଇ ବିଜ୍ଞାନରେ କୃତକାର୍ଯ୍ୟ ହେବା ପରେ ଭୁବନେଶ୍ୱରରେ ରହି ଓପିଏସ୍‌ସି ପାଇଁ ନିଜକୁ ପ୍ରସ୍ତୁତ କରିଥିଲେ । ତାଙ୍କର ଏହି ସଫଳତାର ଶ୍ରେୟ ନିଜ ବାପା, ମା, ଗୁରୁଜୀ, ଗୁରୁମା, ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଓଏଏସ୍‌ ଚନ୍ଦ୍ରମଣି ନାଗଙ୍କୁ ଦେଇଛନ୍ତି । ଭବିଷ୍ୟତରେ ନାରୀ ସଶକ୍ତିକରଣ ଦିଗରେ କାର୍ଯ୍ୟ କରିବା ସହିତ ୟୁପିଏସ୍‌ସି ପାଇଁ ଲକ୍ଷ୍ୟ ରଖିଥିବା କହିଛନ୍ତି । ଏହି ଖବର ପ୍ରଚାର ହେବା ପରେ ମ.ରାମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଦୁର୍ଗା ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ, ସହପାଠୀ ମହଲରେ ଆନନ୍ଦର ଲହରୀ ଖେଳି ଯାଇଛି ।

Leave A Reply

Your email address will not be published.