ବଲାଙ୍ଗିର ଜିଲ୍ଲା ଓଡିଶା ମଟର ଚାଳକ ସଂଘର ନୂତନ କର୍ମକର୍ତ୍ତା ଚୟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଯାଦବ ଭବନ ଠାରେ ବଲାଙ୍ଗିର ଜିଲ୍ଲା ମଟର ଚାଳକ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଚାଳକ କଲ୍ୟାଣ ପାଣ୍ଠି ସଭାପତି ଦେବଦତ୍ତ ଡାକୁଆ, ବରଗଡ ଜିଲ୍ଲା କମିଟି ସଭାପତି ନିରୋଜ ପୋଡ ଯାଦବ ଓ ସଂପାଦକ ଯୋଗେନ୍ଦ୍ର ଭୋଇ ଏବଂ ବୈାଦ୍ଧ ଜିଲ୍ଲା ଦହ୍ୟା ଶାଖାର ସଭାପତି ରବିନାରାୟଣ ମିଶ୍ର, ବଲାଙ୍ଗିର ବାର୍‌ ଏସୋସିଏସନର ସଂପାଦକ ଅମନ ନାଗ, ଏକ୍ସନ କମିଟିର ବିନୋଦ କୁମାର କାଲସାଏ ଯୋଗ ଦେଇଥିଲେ । ଚିତ୍ତ ରଂଜନ ଷଡଙ୍ଗୀ ଅତିଥିମାନଙ୍କୁ ପରିଚୟ ପ୍ରଦାନ କରିଥିବା ବେଳେ ସଭା କାର୍ଯ୍ୟ ଆଗକୁ ବଢାଇଥିଲେ । ଏହି ଅବସରରେ ନୂତନ କର୍ମକର୍ତ୍ତା ଚୟନ ହୋଇଥିଲା । ଜିଲ୍ଲା ସଭାପତି ଶ୍ୟାମ ସୁନ୍ଦର ଗହୀର, ସଂପାଦକ ବିଶି କେଶନ ପରୁଆ, କୋଷାଧ୍ୟକ୍ଷ ଚୈତନ୍ୟ ରଣା, ଆଇନ ଉପଦେଷ୍ଟା ଅମନ ନାଗ, ସଂଗଠନ ସଂପାଦକ ବିର କିଶୋର ପଧାନ, ଜୋନ ୧ ସଭାପତି ଅଶୋକ କୁମାର ବାଗ, ଜୋନ ୨ ସଭାପତି ଗୌତମ ପାରାଭୁଏ, ଜୋନ ୩ ସଭାପତି ଖଗେଶ୍ୱର ସାହୁ, ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ କୁଶ ବେହେରା, ରାଜେଶ ବଢିଆ, ଦୟାନିଧି ଦଣ୍ଡସେନା, ଠାକୁର ରାଉତ, ଗଙ୍ଗାଧର ମହାଲିଙ୍ଗ, ଇସାକ ସାଗର, ପ୍ରେମଚାନ୍ଦ ବନଛୋରଙ୍କୁ ଚୟନ କରାଯାଇଥିଲା ।

Leave A Reply

Your email address will not be published.

2 × five =