csstore

ମମିତାଙ୍କୁ ନ୍ୟାୟ ଦାବୀରେ ଏସ୍‌ୟୁସିଆଇ (କମ୍ୟୁନିଷ୍ଟ)ର ସାରା ଓଡିଶା ଦାବୀ ଦିବସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡର ବିଚାର, ଫାଷ୍ଟାଟ୍ରାକ୍‌ କୋର୍ଟରେ ତ୍ୱରିତ କରାଯାଇ ସଂପୃକ୍ତ ସମସ୍ତ ଅପରାଧୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯାଉ, ଦାୟିତ୍ୱ ପାଳନରେ ଅବହେଳା କରିଥିବା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଶିକ୍ଷାନୁଷ୍ଠାନରେ ଓ କର୍ମକ୍ଷେତ୍ରରେ ଛାତ୍ରୀ ଓ ମହିଳାମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା, ମମିତା ମେହେର ପରିବାରଙ୍କୁ ଅନୁକମ୍ପାମୂଳକ ସହାୟତା ଯୋଗାଇ ଦେବା ଏବଂ ଅଭିଯୁକ୍ତ ଗୃହରାଜ୍ୟ ମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର କରିବା ଆଦି ଦାବୀରେ ଏସ୍‌ୟୁସିଆଇ (କମ୍ୟୁନିଷ୍ଟ) ପକ୍ଷରୁ ସାରା ଓଡିଶା ପ୍ରତିବାଦ ଦିବସ ପାଳନ ଅବସରରେ ଆଜି ଏସ୍‌ୟୁସିଆଇ (କମ୍ୟୁନିଷ୍ଟି) ବଲାଙ୍ଗିର ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ପ୍ରତିବାଦ ସଭାରେ ଏସ୍‌ୟୁସିଆଇ ଜିଲ୍ଲା ସାଂଗଠାନିକ ସଂପାଦକ ସୁନିଲ ଭୋଇ, ରାଜ୍ୟ କମିଟି ସଭ୍ୟ ଅଶୋକ ମିଶ୍ର, ମନ୍ଦୋଦରୀ ରାଉଳ, ରାଜେନ୍ଦ୍ର ରଣା ସହ ବହୁ ସଦସ୍ୟ ସାମିଲ ଥିଲେ ।

jayashree
Leave A Reply

Your email address will not be published.