ଓଡିଶା ଅଭିଭାବକ ମହାସଂଘ

ବଲାଙ୍ଗିର, (ଦେବଶିଷ ମିଶ୍ର) : କରୋନା ସମୟର ଫିସ୍‌ ଛାଡ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରୁନଥିବାରୁ ରାଜ୍ୟ ସହ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ କୁମାର ମିଶ୍ରଙ୍କ ନେତୃତ୍ୱରେ ବଲାଙ୍ଗିର ସହରର ଲିଟିଲ ଫ୍ଲାୱାର ଓ ଅନ୍ୟ ଘରୋଇ ବିଦ୍ୟାଳୟ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀରେ ଜିଲ୍ଲାପାଳ, ବଲାଙ୍ଗିର, ଆଦର୍ଶ ଥାନା ଆଇ.ଆଇ.ସି. ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଲିଖିତ ଆକାରରେ ଓ ମେଲ ଯୋଗେ ଦାବୀପତ୍ର ପ୍ରଦାନ କରିଛନ୍ତି । ବାରମ୍ବାର ଲିଖିତ ଅଭିଯୋଗ ସତ୍ତେ୍ୱ ବିଭାଗୀୟ ଅଧିକାରୀମାନେ କୋହଳ ମନୋଭାବ ପ୍ରକାଶ କରୁନଥିବାରୁ ଅଭିଭାବକ ମହଲରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି । ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରିବା ସହିତ, କାର୍ଯ୍ୟାନୁଷ୍ଠାନ ନ ହେଲେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଆମରଣ ଅନଶନ କରିବା ପାଇଁ ଅଭିଭାବକ ମହାସଂଘ ଲିଖିତ ଆକାରରେ ଜଣେଇଛି । ବିରୋଧୀ ଦଳର ନେତାମାନଙ୍କ ପାଇଁ ଏତେ ବଡ ପ୍ରସଙ୍ଗ ଥିବାରୁ ଆଗାମୀ ବିଧାନସଭାରେ ପ୍ରଶ୍ନୋତ୍ତର ରଖିବା ପାଇଁ ବିରୋଧି ଦଳ ନେତାମାନଙ୍କୁ ବଲାଙ୍ଗିର ଅଭିଭାବକ ମହାସଂଘ ଖୋଲା ଆହ୍ୱାନ ଦେଇଛି । ଯଦି ଉଚ୍ଚ ନ୍ୟାୟାଳୟ ଓ ସରକାରଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକ୍ଷମ କରାଇପାରୁ ନାହାନ୍ତି ତେବେ ସର୍ବ ସାଧାରଣଙ୍କୁ କିପରି ସେବା ଯୋଗେଇବେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.