csstore

୩୦ତମ ଜାତୀୟ ସିନିୟର ଉଷୁ ଓଡିଶା ଦଳରେ ବଲାଙ୍ଗିରରୁ ୨ ପ୍ରତିଯୋଗୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚଳିତ ମାସ ୨୧ ତାରିଖରୁ ଡେହେରାଡୁନ ଠାରେ ହେବାକୁ ଥିବା ୩୦ତମ ସିନିୟର ଜାତୀୟ ଉଷୁ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହି ୪୨ ଜଣ ମଧ୍ୟରୁ ବଲାଙ୍ଗିରରୁ ୨ ଜଣ ରିମା ସୁନା ଏବଂ ଆଲୋକ ନାୟକ ମଧ୍ୟ ସ୍ଥାନ ପାଇଛନ୍ତି । ଭୁବନେଶ୍ୱର ଠାରେ ୧୦ ଦିନ ସ୍ୱତନ୍ତ୍ର ପ୍ରଶିକ୍ଷଣ କରି ସାରିବା ପରେ ୧୮ ତାରିଖରୁ ଭୁବନେଶ୍ୱର ଠାରୁ ଡେହେରାଡୁନ ଅଭିମୁଖେ ଦଳ ସହିତ ଜାତୀୟ ବିଚାରକ ଅନୁରାଧା ଦୋରା, ସୁଜନ କୁମାର ରଥ, ପଙ୍କଜ ମହନ୍ତ (ଟିମ କୋଚ) ଏବଂ ଆନ୍ତର୍ଜାତୀୟ ବିଚାରକ ପ୍ରଦୁମ୍ନ ବେହେରା ଦଳ ସହିତ ଯାଇଛନ୍ତି । ଓଡିଶା ଉଷୁ ସଂଘର ସମ୍ପାଦକ ଯୁବରାଜ ହରିଚନ୍ଦନ ଏବଂ ଓଡିଶା ଉଷୁ ସଂଘର ପ୍ରତିଷ୍ଠାତା ସୁଧାଂଶୁ ଶେଖର ହରିଚନ୍ଦନ ଓଡିଶା ଦଳର ସଫଳ କାମନା କରିଛନ୍ତି ବୋଲି ବଲାଙ୍ଗିର ଉଷୁ କୋଚ ଯୁଧିଷ୍ଠିର ଗୁରହାଣ୍ଡି ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.