ବିଶ୍ୱ ଓଡିଆ ଭାଷା ସମ୍ମିଳନୀରେ ବରଗଡର ପୁଅ ଆୟାଶ ପଣ୍ଡା ପ୍ରଶଂସିତ

ବରଗଡ, (ନିରୋଜ କୁମାର ପାଣୀ) : ଜନତା ମଇଦାନ ଭୁବନେଶ୍ୱରଠାରେ ଅନୁଷ୍ଠିତ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ-୨୦୨୪ରେ ବରଗଡ଼ର ବୁର୍ଦ୍ଦା ଗ୍ରାମର ତଥା ରେଭେନ୍ସା ବିଶ୍ୱବିଦ୍ୟାଳୟର ସ୍ନାତକ ପ୍ରଥମ ବର୍ଷ ଓଡିଆ ବିଭାଗର ଛାତ୍ର ଆୟାଶ ପଣ୍ଡା ଛାତ୍ର ବକ୍ତା ଭାବରେ ଅଂଶଗ୍ରହଣ କରି ବେଶ୍ ପ୍ରଶଂସିତ ହେବା ସମ୍ବାଦ ବରଗଡ ଜିଲ୍ଲା ପାଇଁ ଗୌରବ ଆଣିଦେଇଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଉକ୍ତ ସମ୍ମିଳନୀର ଦ୍ୱିତୀୟ ଦିବସରେ ବ୍ୟାସକବି ଫକୀରମୋହନ ସେନାପତି ହଲଠାରେ ଅନୁଷ୍ଠିତ ତଥା ବିଶିଷ୍ଟ ଭାଷାବିତ୍ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ “ଓଡିଆ ବ୍ୟାକରଣ ଓ ଭାଷା ବିଜ୍ଞାନ” ଶୀର୍ଷକ ବକ୍ତୃତାରେ ଶ୍ରୀମାନ ପଣ୍ଡାଙ୍କ ବିଶ୍ଲେଷଣ ଜନିତ ଉକ୍ତ ଶୀର୍ଷକର ବକ୍ତୃତାରେ ଉପସ୍ଥିତ ବିଶିଷ୍ଟ ଭାଷାବିତ୍, ସାହିତ୍ୟିକ ତଥା ଦର୍ଶକ ମଣ୍ଡଳୀଙ୍କଠାରୁ ଖୁବ୍ ପ୍ରସଂଶା ସାଉଁଟିଥିବାରୁ ଶ୍ରୀମାନ ପଣ୍ଡାଙ୍କ ଉଜ୍ୱଳ ଭବିଷ୍ୟତ କାମନା କରି ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଉଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଶ୍ରୀମାନ ପଣ୍ଡାଙ୍କ ସହ ବିଭିନ୍ନ ଛାତ୍ର ବକ୍ତାଙ୍କ ଓଡିଆ ଭାଷାକୁ ନେଇ ସାରଗର୍ଭକ ଭାଷଣରେ ପ୍ରୀତ ହୋଇ ନିଜେ ମୁଖ୍ୟମନ୍ତ୍ରୀ ଉକ୍ତ ସମ୍ମିଳନୀର ତୃତୀୟ ଦିବସରେ ଛାତ୍ର ବକ୍ତାଙ୍କ ସହିତ ଗୋଟିଏ ମଞ୍ଚରେ ଉପବେଶନ କରିକି ଫଟୋ ଉତ୍ତୋଳନ କରାଯାଇଥିବାରୁ ଛାତ୍ର ବକ୍ତାମାନେ ଆହୁରି ପ୍ରଭାବିତ ଓ ଉତ୍ସାହିତ ହୋଇଛନ୍ତି ।

Leave A Reply

Your email address will not be published.

eighteen − six =