ରାଜବୋଡାସମ୍ବର କୃଷକ ସଙ୍ଗଠନର ସଭାପତି ବାଞ୍ଛାନିଧି ନାୟକଙ୍କ ଆଶୁ ଆରୋଗ୍ୟ କାମନା କଲେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳର ବିଶିଷ୍ଟ କୃଷକ ନେତା ତଥା ରାଜବୋଡାସମ୍ବର କୃଷକ ସଙ୍ଗଠନର ସଭାପତି ବାଞ୍ଛାନିଧି ନାୟକ ଅସୁସ୍ଥତା ଯୋଗୁଁ ବରଗଡର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ସାମାନ୍ୟ ସୁସ୍ଥତା ପରେ ସେ ଘରକୁ ଫେରିଛନ୍ତି । ଅଞ୍ଚଳର ଜଣେ କୃଷକ ନେତାଙ୍କ ଅସୁସ୍ଥତା ଖବର ପାଇ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ତାଙ୍କ ଘରକୁ ଯାଇ ସାକ୍ଷାତ କରିଥିଲେ । ତାଙ୍କର ସ୍ୱାସ୍ଥ୍ୟବସ୍ଥା ବୁଝି ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Leave A Reply

Your email address will not be published.

3 × one =