pakka

ରାଜ୍ୟ ସରକାରଙ୍କ ୨୭% ପଛୁଆ ବର୍ଗଙ୍କୁ ସଂରକ୍ଷଣ ପ୍ରସ୍ତାବକୁ ପ୍ରତ୍ୟାକ୍ଷାନ : ଓବିସି ସୁରକ୍ଷା ମଂଚ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ରାଜ୍ୟ ସରକାର ଘୋଷଣା କରିଥିବା ଓବିସିଙ୍କ ପାଇଁ ୨୭% ସଂରକ୍ଷଣ ପ୍ରସ୍ତାବକୁ ଓଡିଶା ରାଜ୍ୟ ଓବିସି ସୁରକ୍ଷା ମଂଚ ପ୍ରତ୍ୟାକ୍ଷାନ କରୁଛି ବୋଲି ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମ°ଚରେ ଉପସ୍ଥିତ କର୍ମକର୍ତ୍ତା ମାନେ କହିଥିଲେ । ସାମ୍ବାଦିକ ଭବନଠାରେ ଅନୁଷ୍ଠିତ ଉକ୍ତ ସମ୍ମିଳନୀରେ ଓବିସିଙ୍କ ବିଗତ ବର୍ଷରେ ଜନଗଣନା ହୋଇଥିବା ତାଲିକାକୁ ପ୍ରକାଶନ କରିବାକୁ ଦାବୀ କରିଥିଲେ । ପ୍ରତ୍ୟେକ କ୍ଷେତ୍ରରେ ଯଥା ପଂଚାୟତ, ବିଧାନସଭା, ଲୋକସଭା, ସରକାରୀ, ବେସରକାରୀ ସଂସ୍ଥା ସହ ଶିକ୍ଷାନୁଷ୍ଠାନରେ ପଛୁଆ ବର୍ଗଙ୍କୁ ଜନସଂଖ୍ୟା ଭିତ୍ତିରେ ବର୍ଦ୍ଧିତ ସ୍ଥାନ ସଂରକ୍ଷଣ କରିବାକୁ ସୁରକ୍ଷା ମଂଚ ଦାବୀ କରିଛି । ସେହିପରି ପଛୁଆ ବର୍ଗ ପାଇଁ ଓବିସି ସୁରକ୍ଷା ଆଇନ ପାରିତ କରିବା ସହ ଓଡ଼ିଶାରେ ଏସ୍‌ଇବିସି ସଂରକ୍ଷଣ ନିୟମକୁ ପ୍ରତ୍ୟାହାର କରିବା ଓ ଓବିସି ସଂରକ୍ଷଣ ନିୟମ ଓଡ଼ିଶାରେ ଲାଗୁ କରିବାକୁ ମଂଚ ଦାବୀ କରିଛି । ସଭାପତି ଷଡାନନ ଭୋଇ, ଉପସଭାପତି ପଦ୍ମଲୋଚନ ସାହୁ, ସମ୍ପାଦକ ବିରେନ୍ଦ୍ର ବାଗ, ବରିଷ୍ଠ ସଭ୍ୟ ଅଶୋକ ପସାୟତ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ । ଆସନ୍ତା ସେପ୍ଟେମ୍ବର ମାସରେ ଏକ ରାଲି ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏକ ସ୍ମାରକପତ୍ର ଦେବାକୁ ମଂଚ ପକ୍ଷରୁ ସୂଚନା ଦେଇଥିଲେ ।

jay balangir
Leave A Reply

Your email address will not be published.

eighteen − seven =

error: Content is protected !!