ପଞ୍ଚାୟତ ସ୍ତରୀୟ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ଫଟାମୁଣ୍ତା ଆମ୍ବେଦକର ଯୁବସଂଘ ଆନୁକୂଲ୍ୟରେ ୯ ତମ ପଞ୍ଚାୟତ ସ୍ତରୀୟ ନୂଆଁଖାଇ ଭେଟଘାଟ ଉତ୍ସବ କୋଭିଡ ଗାଇଡ୍‌ ଲାଇନ୍‌ ଆଧାରରେ ଅନୁଷ୍ଠିତ ହୋଇ ଯାଇଛି । ଏଇ ଉତ୍ସବର ମୁଖ୍ୟ ଅତିଥି ନାଟ୍ୟକାର କେଶରଂଜନ ପ୍ରଧାନ, ସମ୍ମାନିତ ଅତିଥି ନାଟ୍ୟକାର ଅଶୋକ ବହିଦାର, ସମ୍ବର୍ଦ୍ଧିତ ହେବାକୁ ଥିବା ତିନି ଅତିଥି କବି ଅଧ୍ୟାପକ ସନ୍ତୋଷ କୁମାର ମିଶ୍ର, ବୋଡାସମ୍ବର ବ୍ଲକ ଶିକ୍ଷା ଅଧିକାରୀ ଜନକଲାଲ ମେହେର ଓ ଗାଁର ସର୍ବ ବୟୋଜ୍ୟୋଷ୍ଠ ବ୍ୟକ୍ତି ଡମ୍ବରୁଧର ମହାନନ୍ଦଙ୍କୁ ଏକ ଶୋଭାଯାତ୍ରାରେ ମଞ୍ଚକୁ ପାଛୋଟି ଅଣାଯାଇଥିଲା । ଅତିଥିମାନେ ଡ. ଆମ୍ବେଦକରଙ୍କ ପ୍ରତିକୃତିରେ ପୁଷ୍ପମାଲ୍ୟ ଅର୍ପଣ କରି ମହମବତୀ ଜାଳିଥିଲେ । ସଂଘର ସଭାପତି ଗୋପବନ୍ଧୁ ଶିକା ସ୍ୱାଗତ ଭାଷଣ ଦେଇଥିବା ବେଳେ ନିରୋଜ କୁମ୍ଭାର ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ସମ୍ବର୍ଦ୍ଧିତ ହେବାକୁ ଥିବା ଅତିଥି ତ୍ରୟଙ୍କୁ ଉତ୍ତରୀୟ, ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସଂଘ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଧୂମାବେରନା ଓ ମୁଡୋମହୁଲର ଗଁଣ୍ତା ବଜାର କଳାକାର ତଥା ଜମର୍ଲାର ସଂକୀର୍ତ୍ତନ କଳାକାର ମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ଗାଁର ପରିଚୟ ଲୋକକଳା ଓ ଲୋକ କଳାକାର ମାନଙ୍କ ମାଧ୍ୟମରେ ଉଦ୍‌ଭାସିତ ହୋଇଥାଏ ବୋଲି ଅତିଥି ଗଣ ଭାଷଣ ପ୍ରସଙ୍ଗରେ ମତବ୍ୟକ୍ତ କରିଥିଲେ । ରମେଶ ଗୁର୍ଲା, ଟୁନା ବାରିକ, ସୁରେନ୍ଦ୍ର ସାହୁ ଓ ତ୍ରିବିକ୍ରମ ପ୍ରଧାନ ମଞ୍ଚ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସଂଘର ତ୍ରିଲୋଚନ ସୁନା, ଶଶୀ, ଗଗନ, ବୁଲୁ, ଗଙ୍ଗାଧର, ଦୁଃଶାସନ, ବାଳମୁକୁନ୍ଦ, ସଂଜୟ, ସନ୍ତୋଷ ବେଣୁ, ସୁରଜ, ରଜନୀକାନ୍ତ, ମୁକେଶ, ନରୋତ୍ତମ, ଚନ୍ଦନ, ନାରଦ, ନୀଳ, ନିରାକାର, ଚନ୍ଦ୍ରହାସ୍ୟ, ଚୈତନ୍ୟ, ଅଭିଷେକ ଓ ଅଭିଜିତ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.