jsm

ଆଦିବାସୀ ସମନ୍ୱୟ ସମିତିର ନୂଆଁଖାଇ ଭେଟ୍‌ଘାଟ୍‌

csstore

ବୌଦ୍ଧ, (ବଂଶୀଧର ମାଝୀ) : ସଭାପତି ସାମନ୍ତମାଝୀଙ୍କ ଆହ୍ୱାନକ୍ରମେ କଣ୍ଟାମାଳ ବ୍ଲକ ଆମ୍ବଗାଁ ପଞ୍ଚାୟତର ଦେଢେଣମାଳ ଆଦିବାସୀ ପଡିଆରେ ଆଦିବାସୀ ସମନ୍ୱୟ ସମିତି ଦେଢେଣମାଳ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସକାଳୁ ଆଦିବାସୀମାନେ ପାରଂପାରିକ ବେଶ ପୋଷାକରେ ସଜ୍ଜିତ ହୋଇ ଆଦିବାସୀ ବାଦ୍ୟ, ନାଚ, ଗୀତ ମାଧ୍ୟମରେ ଗ୍ରାମ ପରିକ୍ରମା ପୂର୍ବକ ଆଦିବାସୀ ପଡିଆରେ ପହଞ୍ଚି ନିଜର ଇଷ୍ଟଦେବୀ ଆଦିମାତା ଆଦିଶକ୍ତିଙ୍କୁ ପୂଜାର୍ଚ୍ଚନା କରିଥିଲେ । ଅପରାହ୍ନରେ ସାମନ୍ତ ମଝୀଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । କଣ୍ଟାମାଳ ବ୍ଲକ ଆଦିବାସୀ ସଭାପତି ଡମ୍ବରୁଧର କଅଁର, ଧର୍ମୁ କଅଁର, ଦାମୋଦର ଭୋଇ, ସୁଶିଳ ଝାଙ୍କର, ବିବଚ୍ଛ ଭୋଇ, ଘନଶ୍ୟାମ ବୁଡାଏକ, ରାଜେନ୍ଦ୍ର ଭୋଇ, ବୁଲୁ ରଣା, ଜୟକିଶୋର ରଣା, ସାମ୍ବାଦିକ ପ୍ରଭାତ ସାହୁ, ବଂଶୀଧର ମାଝୀ ପ୍ରମୁଖ ଅତିଥି ଯୋଗଦେଇ ଆଦିବାସୀ ମାନେ ସୁଶିକ୍ଷିତ, ସଂଗଠିତ, ସଚେତକ ହେବା ଦରକାର ବୋଲି ମତବ୍ୟକ୍ତ କରିଥିଲେ ଏବଂ ଅଞ୍ଚଳରେ ଦେଖା ଦେଇଥିବା ରାସ୍ତା, ଜଳ, ଜଙ୍ଗଲ ଓ ଶିକ୍ଷା ଆଦି ବିଭିନ୍ନ ସମସ୍ୟା ବିଷୟରେ ଆଦିବାସୀ ସମାଜ ପକ୍ଷରୁ ପ୍ରଶାସନ ନିକଟରେ ଦାବୀ ଉପସ୍ଥାପନା କରାଯିବ ବୋଲି ମତ ରଖିଥିଲେ । ସଂପାଦକ ପ୍ରଶାନ୍ତ ମାଝୀ ମଞ୍ଚ ପରିଚାଳନା କରିଥିଲେ । ବଂଶୀଧର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ଅଧିବେସନରେ ଆଦିବାସୀ କଳାକାରମାନଙ୍କୁ ଉତ୍ସାହିତ କରିବା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ସ୍ଥାନୀୟ ଅଞ୍ଚଳର ଶିଶୁ କଳାକାର ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ୫୦୦ ଆଦିବାସୀ ପୁରୁଷ ଓ ମହିଳା ଯୋଗ ଦେଇଥିଲେ ।

yuvodaya
Leave A Reply

Your email address will not be published.