csstore

କୋଶଲୀ ଡେରାର ନୂଆଁଖାଇ ଭେଟ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ କୋଶଲୀ ସାହିତ୍ୟ ସଂଗଠନ କୋଶଲୀ ଡେରାର ନୂଆଁଖାଇ ଭେଟ୍‌ଘାଟ୍‌ ଗୁଗୁଲ ମିଟରେ ଅନୁଷ୍ଠିତ ହୋଇଯାଇଛି । କୋଶଳାଞ୍ଚଲର ଗଣପର୍ବ ନୂଆଁଖାଇ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ବଲପୁରରୁ ନୀଲମାଧବ ପାଣିଗ୍ରାହି ସମ୍ମାନ ପ୍ରାପ୍ତ ହାସ୍ୟ କବି ଗୁଣରଂଜନ ସାଲିମା, ବରଗଡରୁ ହାସ୍ୟ କବି ସଚ୍ଚିଦାନନ୍ଦ ପଣ୍ଡା, ରାମପ୍ରସାଦ ବାଗ, ଟିଟିଲାଗଡରୁ ହାସ୍ୟକବି ଟିକେଲାଲ ବେହେରା, କଲାହାଣ୍ଡିରୁ ତରଙ୍ଗ ଚଣ୍ଡି, ଧଣ୍ଡାମୁଣ୍ଡାରୁ କବୟତ୍ରୀ ସାବିତ୍ରୀ ସାହୁ ଅତିଥି ଭାବେ ଯୋଗ ଦେଇଥିଲେ ଅନେକ ହାସ୍ୟ କବିତା ଶୁଣାଇଥିଲେ । ଆମର ଲୋକ ସଂସ୍କୃତି ଓ ପରମ୍ପରା ସଂପର୍କରେ କବିମାନେ କବିତା ମାଧ୍ୟମରେ ସୁନ୍ଦର ଭାବେ ଉପସ୍ଥାପନା କରିଥିଲେ । କବୟତ୍ରୀ ଜ୍ୟୋତ୍ସ୍ନାରାଣୀ ଭୋଇ, ଲକ୍ଷ୍ମୀ ବଗର୍ତ୍ତୀ ନୂଆଁଖାଇ କବିତା ପାଠ କରିଥିଲେ । କାର୍ଯ୍ୟକ୍ରମକୁ ଭକ୍ତବନ୍ଧୁ ବିଶ୍ବାଲ ସଂଯୋଜନା କରିଥିଲେ । ଶାନ୍ତନୁ ବୁଧିଆ, କ୍ଷୀରୋଦ୍ର କୁମାର ସାହୁ, ରାଜେଶ ଶର୍ମା, ସଂଯୁକ୍ତା ପରିଛା, ସୁରୁଚି ମିଶ୍ର, ଆଶୁତୋଷ ଠାକୁର, ବିକାଶ ମେହେର, ପ୍ରହଲ୍ଲାଦ ସାହୁ, ଦେବେନ୍ଦ୍ର ଭୋଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଲାଲଚନ ବଗର୍ତ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.