csstore

ରିଷିଡାରେ ଜେବିୱାଇସି ପକ୍ଷରୁ ନୂଆଁଖାଇ ଭେଟ୍‌

କଳାହାଣ୍ଡି, (ନରୋତ୍ତମ ସେଲମା) : କର୍ଲାମୁଣ୍ଡା ବ୍ଲକ ରିଷିଡାଠାରେ ଜ୍ୟୋତି ବିକାଶ ଯୁବକ ସଂଘ ପକ୍ଷରୁ ଚତୁରବିଂଶତମ ନୂଆଁଖାଇ ଭେଟ୍‌ ମହାସମାରୋହରେ ପାଳିତ ହୋଇଯାଇଛି । ସଂଘ ସଭାପତି ଫକୀର ଚରଣ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ରିଷିଡା ସରପଞ୍ଚ ସେବତୀ ରଣା ମୁଖ୍ୟ ଅତିଥି, ନାଏବ ସରପଞ୍ଚ ନରେଶ ଦାସ, ଗ୍ରାମ ଉନ୍ନୟନ କମିଟି ଉପସଭାପତି ପ୍ରମୋଦ କୁମାର ସାହୁ, ଶ୍ରୀରାମ ମନ୍ଦିର ପରିଚାଳନା କମିଟି ସଭାପତି ଡୋଳାମଣି ସାହୁ, ସମାଜ ସଂସ୍କାରକ ବାବା ଭଗବାନ ସାହୁ, ସାମ୍ବାଦିକ କମ୍ବୁପାଣି ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନୂଆଁଖାଇର ମହତ୍ତ୍ୱ ଉପରେ ଆଲୋକପାତ କରିବା ସହ ଏକତା ଓ ଭାଇଚାରା ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ । ସମ୍ପାଦକ ନରୋତ୍ତମ ସେଲମା ମଞ୍ଚ ପରିଚାଳନା କରିଥିବା ବେଳେ ସହ ସମ୍ପାଦକ କୈଳାସ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ହଳିଆ ଗୀତ, ଅନ୍ଧ ପୁଟଳି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପୀତବାସ ସାହୁ, ଭଜଶ୍ୟାମ ରଣା, ସୁଶାନ୍ତ ପାତ୍ର ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.