ରଙ୍ଗେଇଲୁଣ୍ଡା ଗ୍ରାମପଞ୍ଚାୟତଠାରେ ନୂଆ ଓଡ଼ିଶା କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଙ୍ଗେଇଲୁଣ୍ଡା ବ୍ଲକର ରଙ୍ଗେଇଲୁଣ୍ଡା ଗ୍ରାମପଞ୍ଚାୟତଠାରେ “ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ଓ ରୂପାନ୍ତିକରଣ” କାର୍ଯ୍ୟକ୍ରମ ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତସ୍ତରୀୟ ସଚେତନତା ଶିବିରରେ ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ବିକ୍ରମ କୁମାର ପଣ୍ଡା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା, ସଦସ୍ୟ, ସଦସ୍ୟା, ବ୍ଲକ୍ ଅଧ୍ୟକ୍ଷ, ଅଧ୍ୟକ୍ଷା, ଉପାଧ୍ୟକ୍ଷା, ସରପଞ୍ଚ ସମିତି ସଭ୍ୟ, ସଭ୍ୟା, ସ୍ଥାନୀୟ ଜନପ୍ରତିନିଧିମାନେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିବା ସହିତ ଉପସ୍ଥିତ ବିଭାଗୀୟ ପଦାଧିକାରୀ, ବିଜେଡି ନେତୃବୃନ୍ଦ, କର୍ମୀ ତଥା ଗ୍ରାମବାସୀମାନଙ୍କ ସଭାକୁ ସମ୍ଭୋଦିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ “ଆମ ଓଡ଼ିଶା ତଥା ନବୀନ ଓଡ଼ିଶା ଓ ୫-ଟି” ମାଧ୍ୟମରେ ଗ୍ରାମାଞ୍ଚଳର ବନ୍ଧ, ବିଦ୍ୟାଳୟ, ମନ୍ଦିର, ପାର୍କ, କୋଠଘର ଇତ୍ୟାଦିର ରୂପାନ୍ତିକରଣ ତଥା ବିକାଶ, ନାରୀ ସଶକ୍ତିକରଣ, ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ଜଳସେଚନ, ପିଇବା ପାଣି, ଜନ୍ମଠାରୁ ଆରମ୍ଭ କରି ମୃତ୍ୟୁ ଶଯ୍ୟା ତଥା ଅନ୍ତ୍ୟେଷ୍ଟିକ୍ରିୟା ପର୍ଯ୍ୟନ୍ତ ବହୁ ଯୋଜନା ଗୁଡିକ ଲାଗୁ କରିବା ପାଇଁ ପ୍ରାଥମିକତା ଦେଇ ଆସିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍ ଜଣାଇବା ସହ ହାର୍ଦ୍ଧିକ କୃତଜ୍ଞତା ଜ୍ଞାପନ କରିଥିଲେ ।

Leave A Reply

Your email address will not be published.

ten + 10 =