csstore

ନିଆରା ଢଙ୍ଗରେ ନୂଆ ବର୍ଷ ପାଳନ କଲେ ଯୁବ ସମାଜ ସେବୀ ରୂପେନ୍ଦ୍ର ପାଣ୍ଡେ

  • ନିଃସହାୟଙ୍କୁ ସାହାଯ୍ୟ କରିବା ମଣିଷର ଧର୍ମ : ରୂପେନ ପାଣ୍ଡେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଏବେ ଆସିଛି ନୂତନ ବର୍ଷ, ଗାଁଠାରୁ ସହର ଯାଏଁ ସମସ୍ତେ ନୂଆ ବର୍ଷରେ ଚଳ ଚଞ୍ଚଳ ଥିବା ବେଳେ ଗତକାଲି ପଦ୍ମପୁର ବ୍ଲକ ଅନ୍ତର୍ଗତ ବରିକେଲ ପଞ୍ଚାୟତ ଚାରପାଲି ଗ୍ରାମର ଯୁବ ସମାଜସେବୀ ରୂପେନ୍ଦ୍ର ପାଣ୍ଡେ ନିଆରା ଢଙ୍ଗରେ ନୂତନ ବର୍ଷ ପାଳନ କରିଛନ୍ତି । ବର୍ତ୍ତମାନ ସାରା ରାଜ୍ୟରେ ଶୀତର ଲହରୀ ଖେଳୁଥିବା ବେଳେ ଏଇ କିଛି ଦିନ ତଳେ ଅଦିନିଆ ବର୍ଷା ସାଙ୍ଗକୁ ପ୍ରବଳ କରକାପାତ ଫଳରେ ସହରରେ ପ୍ରବଳ ଶୀତ ବଢିବା ସ୍ୱାଭାବିକ କଥା । ଠିକ୍‌ ଏଇ ସମୟରେ ପାଣ୍ଡେ ଦେଖିବାକୁ ପାଇଲେ ପଦ୍ମପୁର ଥାନା ସମ୍ମୁଖରେ ଥିବା ଶଙ୍କର ଜ୍ୱେଲେରୀ କଡରେ ଏକ ପରିବାର ବେସାହାରା ଭାବେ ଦୟନୀୟ ଅବସ୍ଥାରେ ଶୋଇଛନ୍ତି । ଯୁବ ସମାଜସେବୀ ଅସହାୟମାନଙ୍କୁ ଦେଖି ଶୀତ ବସ୍ତ୍ର ଓ କିଛି ଖାଇବା ପାଇଁ ସାହାଯ୍ୟର ହାତ ବଢାଇ ଏକ ଉଦାହରଣ ସୃଷ୍ଟି କରିପାରିଛନ୍ତି । ତାଙ୍କର ଏହି ମହତ କାର୍ୟ୍ୟ ପାଇଁ ଜନସାଧାରଣରେ ବେଶ ପ୍ରଶଂସିତ ହୋଇଛନ୍ତି ।

jayashree
Leave A Reply

Your email address will not be published.