csstore

ମଂଚ କଳାକାର ଜ୍ୟୋତିରଂଜନଙ୍କ ବିୟୋଗରେ ନଟରାଜ କଳା ପରିଷଦ ପକ୍ଷରୁ ଶୋକସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଂଚ କଳାକାର ଜ୍ୟୋତିରଂଜନ ପାଣିଗ୍ରାହୀଙ୍କ ଅକାଳ ବିରୋୟଗରେ ଗତକାଲି ସଂଧ୍ୟା ସାଢେ଼ ୬ଟା ସମୟରେ ସ୍ଥାନୀୟ କୋଶଳ କଳାମଣ୍ଡଳରେ ନଟରାଜ କଳା ପରିଷଦ ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ୧୫ ଜାନୁଆରୀ ୧୯୮୨ ମସିହାରେ ଜନ୍ମଗ୍ରହଣ କରିଥିବା ମଂଚ କଳାକାର ତଥା ଶିକ୍ଷା ପ୍ରୋତ୍ସାହକ ଜ୍ୟୋତିରଂଜନ ମାତ୍ର ୩୮ ବର୍ଷ ବୟସରେ କରୋନା ସଂକ୍ରମିତ ହୋଇ ଗତ ୨୮ ତାରିଖ ଦିନ ପ୍ରାଣ ହରାଇଥିବା ବେଳେ ସାରା ବଲାଙ୍ଗିର ଜିଲ୍ଲାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ତେବେ ସେ ଅଙ୍ଗାଙ୍ଗି ଭାବେ ଜଡ଼ିତ ଥିବା ନଟରାଜ କଳା ପରିଷଦ ପକ୍ଷରୁ ତାଙ୍କ ଅମର ଆତ୍ମାର ସତ୍‌ଗତି କାମନାରେ ଏକ ଶୋକସଭାର ଆୟୋଜନ କରାଯାଇଥିଲା । ଏହି ଶୋକସଭାରେ ତାଙ୍କ ଆତ୍ମାର ସତ୍‌ଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିବା ବେଳେ ତାଙ୍କ ଫଟୋ ଚିତ୍ରରେ ଦୀପ ପ୍ରଜ୍ୱଳନ କରିଥିଲେ ବରିଷ୍ଠ କଳାକାର ତଥା ସାଇଟ୍‌ର ପ୍ରତିଷ୍ଠାତା ଡ. ଶ୍ରୀକର ମିଶ୍ର । ମଂଚ ପରିଚାଳନା କରିଥିଲେ କଳାକାର ଧୀରଜ ବେଜ ।

ବିଶିଷ୍ଟ ମଂଚ କଳାକାର ପ୍ରଶାନ୍ତ ଖମାରୀ, ରାଜନେତା ଗୋପାଳଜୀ ପାଣିଗ୍ରାହୀ, ଜତିନ ପଟେଲ, ଲଳିତ ପୂଜାରୀ, ରାମପ୍ରସାଦ ଦାଶ ଆଦି ତାଙ୍କ ସ୍ମୃତିଚାରଣ କରିଥିଲେ । କୋଭିଡ-୧୯ ଆଇନ ଅନୁସାରେ ସାମାଜିକ ଦୂରତ୍ୱ ବଜାୟ ରଖି ବହୁ ସଂଖ୍ୟାରେ କଳାକାରମାନେ ଏହି ଶୋକସଭାରେ ଯୋଗ ଦେଇଥିଲେ । ତେବେ ଡ. ଶ୍ରୀକର ମିଶ୍ର ସ୍ୱର୍ଗତ ଜ୍ୟୋତିରଂଜନ ପାଣିଗ୍ରାହୀଙ୍କ ସ୍ମୃତିରେ ପ୍ରତିବର୍ଷ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଜଣେ କଳାକାରଙ୍କୁ କିଛି ଆର୍ଥିକ ପୁରସ୍କାର ସହ ଜ୍ୟୋତିରଂଜନ ସ୍ମୃତି ସମ୍ମାନ ପ୍ରଦାନ କରିବାକୁ ନିଷ୍ପତ୍ତି ଜଣାଇଥିଲେ ।

jayashree
Leave A Reply

Your email address will not be published.