ଯୋଗୀଙ୍କ ଉପରେ କଡ଼ା ଟିପ୍ପଣୀ : ‘ଯଦି ସମ୍ଭାଲି ପାରୁନ ତାହେଲେ ମଠକୁ ପଳାଅ’

ଲଖ୍‌ନଉ : ଉତ୍ତର ପ୍ରଦେଶର ମୁଖ୍ୟନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ବିଏସପିର ମୁଖ୍ୟ ମାୟାବତୀ । ହଥ୍‌ରସ୍‌ ଏବଂ ବଳରାମପୁରରେ ଦୁଇ ବାଳିକାଙ୍କୁ ଗଣଧର୍ଷଣ ପରେ ହତ୍ୟା କରାଗଲା, ତାହକୁ ନେଇ ମାୟବତୀ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ କଡ଼ା ଟିପ୍‌ପଣୀ କରିଛନ୍ତି । ଏହା ଏକ ଦୁଃଖଦ ଘଟଣା ଓ ଏହା ସରକାରଙ୍କ ଅପାରଗତା ବୋଲି ମାୟାବତୀ କହିଛନ୍ତି । ଯଦି ସରକାର ଚଳାଇ ଜାଣୁ ନାହାନ୍ତି, ତାହେଲେ ଯେଉଁ ମଠରୁ ଆସିଥିଲେ, ସେହି ମଠକୁ ପଳାଅ ବୋଲି ଯୋଗୀଙ୍କ ଉଦ୍ଦେଶ୍ୟରେ ମଧ୍ୟ କହିଛନ୍ତି । ଅନ୍ୟପଟେ କେନ୍ଦ୍ର ସରକାଙ୍କ ପାଖରେ ଅନୁରୋଧ କରିଛନ୍ତି ଯେ, ଯୋଗୀଙ୍କୁ ହଟାଇ ଏଠାରେ ଜଣେ ଯୋଗ୍ୟ ବିବେଚିତ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ କରାନ୍ତୁ ।

Leave A Reply

Your email address will not be published.