om academy

ସମାଜସେବୀଙ୍କ ନିଆରା ପ୍ରୟାସ : ଜନ୍ମରୁ ସ୍କୁଲ ଯାଇନଥିବା ଝିଅଙ୍କୁ ନେଇ ସ୍କୁଲରେ ଆଡ଼ମିସନ କଲେ

ଭବାନୀପାଟଣା, (ପି. କେ. ସାହୁ) : ଆଜିକା ଦିନରେ ଶିକ୍ଷା ହେଉଛି ବାଧ୍ୟତା ମୂଳକ । ଯିଏ ପାଠ ନ ପଢିଛି ସେ କେତେ ଯେ, ଅସୁବିଧା ଭୋଗୁଛନ୍ତି ତାହା କଳ୍ପନା ବାହାରେ । ସମସ୍ତ ଶିଶୁମାନେ କିପରି ଆହୁରି ପଢିବେ, କେମିତି କେହି ଶିକ୍ଷରୁ ବଂଚିତ ନହେବେ ତାହାକୁ ନେଇ ସରକାର ବିଭିନ୍ନ ଯୋଜନା ମାନ କରିଛନ୍ତି । ତଥାପି ଜାଣତରେ ହେଉ କିମ୍ବା ଅଜାଣତରେ ହେଉ ଆଜି ମଧ୍ୟ ଅନେକ ଶିଶୁ ପାଠ ପଢ଼ିବାରୁ ବଂଚିତ ଅଛନ୍ତି । ଏହିପରି ଏକ ଘଟଣା ଭବାନୀପାଟଣା ବ୍ଲକ ତିଳଯୋଡି ଗାଁରେ ଦେଖିବାକୁ ମିଳିଥିଲା । ସୂଚନା ଅନୁଯାଇ ଗାଁର କଲେଶ୍ୱର ଶବରଙ୍କ ଝିଅ ଡ଼ମେନ ଶବର ଜନ୍ମରୁ ସ୍କୁଲ ପାଦ ମାଡ଼ିନଥିଲେ । ତାଙ୍କର ମା’ଙ୍କର ଦେହାନ୍ତପରେ ଘରର ଅସୁବିଧା ହେତୁ ସେ ଘର କାମ ସହ ଘରେ ହିଁ ରହୁଥିଲେ । ପିତାଙ୍କ ଦେହ ମଧ୍ୟ ସବୁବେଳେ ଠିକ୍‌ ନଥିବାରୁ ସେ ସ୍କୁଲ ଯାଉନଥିଲେ । ସେ ମଧ୍ୟ ସ୍କୁଲ ଯିବା ପାଇଁ ଚାଁହୁଥିଲେ କିନ୍ତୁ ଅର୍ଥ ଓ ପାରିବାରିକ ସମସ୍ୟା ପାଇଁ ସ୍କୁଲ ଯାଇପାରୁନଥିଲେ । ତାଙ୍କର ମୁଖ୍ୟ ସମସ୍ୟା ଥିଲା ବୟସ ଅଧିକ ହେତୁ ପୁଣିଥରେ ପ୍ରଥମରୁ ପଢିଲେ ଲୋକେ କ’ଣ କହିବେ କହି ମଧ୍ୟ ସ୍କୁଲ ଯାଉନଥିଲେ । ଏହି ସମସ୍ୟା ବିଷୟରେ ଗତ କିଛିଦିନ ତଳେ ସମାଜସେବୀ ଯଶୋବନ୍ତ ରଣାଙ୍କ ନଜର ପଡିଥିଲା । ସେ ତାଙ୍କ ପିତାଙ୍କ ପାଖକୁ ଯାଇ ଝିଅଙ୍କୁ ପଢାଇବା ପାଇଁ କହିଥିଲେ । ପ୍ରଥମେ ସେ ଅନିଚ୍ଛା ପ୍ରକାଶ କରୁଥିଲେ କାରଣ ଝିଅର ବୟସ ଅଧିକ ଓ ସେ ପ୍ରଥମ ଶ୍ରେଣୀରୁ କିପରି ପଢିବ । ପରେ ସମାଜସେବୀ ଯଶୋବନ୍ତ ରଣା ବିଇଓ ଜଗନ୍ନାଥ ପୁରୋହିତଙ୍କ ସହ ବୟସ ଅନୁଯାଇ ନାମ ଲେଖେଇବାକୁ ଅନୁରୋଧ କରିଥିଲେ । ବିଇଓଙ୍କ ନିର୍ଦେଶ ପରେ ଗତକାଲି ଗଣ୍ଡବାରଝୋଲା ସରପଞ୍ଚ ମୁରଲି ପ୍ରଧାନଙ୍କ ଉପସ୍ଥିତିରେ ତାଙ୍କୁ ଚତୁର୍ଥ ଶ୍ରେଣୀରେ ତିଳଯୋଡି ପ୍ରାଥମିକ ବିଦ୍ୟାଳୟରେ ଆଡ଼ମିସନ୍‌ କରାଗଲା । ଡମେନ ଶବର ଏବେ ପ୍ରତିଦିନ ସ୍କୁଲ ଯିବିବୋଲି କହୁଛନ୍ତି । ସମାଜସେବୀଙ୍କ ଏହିପରି ପ୍ରୟାସକୁ ଗ୍ରାମବାସୀ ସାଧୁବାଦ ଜଣାଇଛନ୍ତି ।

Leave A Reply

Your email address will not be published.

5 × 3 =