କୋଭିଡ-୧୯ ନିୟମ ଉଲଙ୍ଘନ : ଏଆଇଇଏସଏସ କମ୍ପ୍ୟୁଟର ସେଣ୍ଟର ଖୋଲା

ପଦ୍ମପୁର, (ନିରଂଜନ ତ୍ରିପାଠୀ) : କୋରୋନା ମହାମାରୀର ଭୟାବହତା ଦେଖି ବର୍ତ୍ତମାନ ସାରା ବିଶ୍ୱ ସ୍ତବ୍ଧ ହୋଇଯାଇଛି । ଏହି କୋରୋନା ମହାମାରୀକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ନିୟମ କାନୁନ ପ୍ରଣୟନ କରିଛନ୍ତି । ବର୍ତ୍ତମାନ ସମୟରେ ସମସ୍ତ ଶିକ୍ଷାନଷ୍ଠାନ ମାନ ବନ୍ଦ ରହିଥିବା ବେଳେ ପିଲାମାନେ ଯେମିତି ଶିକ୍ଷା ପାଇବା ପାଇଁ ଅସୁବିଧା ନହେବ, ସେଥିପାଇଁ ସରକାର ଅନଲାଇନ ମାଧ୍ୟମରେ ଶିକ୍ଷା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଯଦି ପିଲାମାନେ ଗୋଟିଏ ଜାଗାରେ ଏକାଠି ବସି ପାଠ ପଢିବେ, ତାହେଲେ ଗୋ‌ଷ୍ଠୀ ସଂକ୍ରମଣ ହେବାର ଆଶଙ୍କା ଥିବାରୁ ସରକାର ସବୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ ରଖିଛନ୍ତି । ହେଲେ ତାର ବ୍ୟତିକ୍ରମ ଦେଖା ଦେଇଛି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ପାଇକମାଲରେ କ୍ଷ କୋରୋନା ମହାମାରୀ ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାକୁ ବେଖାତିର୍ କରି ଏଆଇଇଏସଏସ କମ୍ପ୍ୟୁଟର ସେଣ୍ଟର୍, ପାଇକମାଲ ଅନୁଷ୍ଠାନକୁ ଖୋଲି ପିଲାମାନଙ୍କୁ ପାଠ ପଢ଼ିବା ପାଇଁ ଡାକୁଛନ୍ତି । ଏହି ଅନୁଷ୍ଠାନ ପାଇକମାଲ ମୁଖ୍ୟ ଛକରେ ଅବସ୍ଥିତ । ମାଲିକ ତାଙ୍କ ଅନୁଷ୍ଠାନ ଖୋଲି ସରକାରଙ୍କ କୋଭିଡ-୧୯ର ନିୟମକୁ ଖୋଲାଖୋଲି ଭାବରେ ଉଲଘଂନ କରିଛନ୍ତି । କହିବାକୁ ଗଲେ ସେ ପୋଲିସ ଓ ପ୍ରଶାସନ ତଥା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିୟମକୁ ଖୋଲାଖୋଲି ଭାବେ ଚେଲେଂଜ କରିଛନ୍ତି । ଏହା ଦେଖିବାକୁ ବାକି ରହିଲା କି ପ୍ରଶାସନ ଓ ପୋଲିସ ତାଙ୍କ ଉପରେ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି ।

2 Comments
  1. Manish says

    ପ୍ରସାଶନ କଠୋର ପଦକ୍ଷେପ ନେବା ଆବଶ୍ୟକ, ଉକ୍ତ କମ୍ପୁଟର ସେଣ୍ଟର କୁ ସିଜ୍ କରାଯିବା ଦରକାର, ମାଲିକକୁ ମଧ୍ୟ ଦଣ୍ଡାଦେଶ ଘୋଷଣା

    1. Koshala Prabaha says

      thanks

Leave A Reply

Your email address will not be published.