csstore

ବିପଦ ପୋଲ ଦେଇ ଯାତାୟାତ କରୁଛନ୍ତି ସ୍ଥାନୀୟ ଲୋକେ : ନିର୍ମାଣ ଦାବୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଗ୍ରାମାଞ୍ଚଳର ଉନ୍ନତି ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଯୋଜନା ମାଧ୍ୟମରେ କାମ କରୁଛନ୍ତି ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କରମତଲା ପଞ୍ଚାୟତ ଅଧିନସ୍ଥ ଦାବିଜୋରି ଠାରୁ ଭୋଇରପଡା ଏବଂ ଭିର୍କାପଡାକୁ ସଂଯୋଗ କରୁଥିବା ପୋଲଟି ବିପଦ ସଂକୁଳ ଅବସ୍ଥାରେ ଥିବା ବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ବ୍ଳକ ପ୍ରଶାସନ ପର୍ୟ୍ୟନ୍ତ ଅନେକ ଥର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସଫଳତା ମିଳିନ ଥିବା ଲୋକେ ଅଭିଯୋଗ କରିଛନ୍ତି । ତେବେ ତୁରନ୍ତ ବ୍ଳକ ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେଇ ପୋଲ ନିର୍ମାଣ କରିବା ପାଇଁ ଦାବୀ ହେଉଛି ।

jayashree
Leave A Reply

Your email address will not be published.