jsm

ଅଧିକାରୀଙ୍କ ଅବହେଳା ଓ କିଛି ଅସାଧୁ ବ୍ୟକ୍ତିଙ୍କ କାର୍ୟ୍ୟକଳାପ ଯୋଗୁଁ ନିର୍ୟ୍ୟାତିତ ହେଉଛନ୍ତି ପଡାବାସୀ

csstore

ବଙ୍ଗୋମୁଣ୍ଡା, (ଦୀପକ କୁମାର ପାଣିଗ୍ରାହୀ) : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ମୁଖ୍ୟ କାର୍ୟ୍ୟାଳୟରେ ଥିବା ଆଦର୍ଶପଡା ଠାରୁ ଗ୍ରାମ ମୁଖ୍ୟ ରାସ୍ତାକୁ ସଂଯୋଗ କରିଥିବା ରାସ୍ତାରେ ଆଂଠୁଏରୁ ଅଧିକ ନାଳ ନର୍ଦମା ପାଣି ଜମା ହୋଇଅଛି । ଏହି ରାସ୍ତାରେ ନିତି ଦିନ ହଜାର ହଜାର ଜନସାଧାରଣ ଗମନାଗମନ କରିଥାନ୍ତି ।


ମିଳିଥିବା ସୂଚନା ଅନୁସାରେ ଗତ ୨୪.୦୭.୨୦୨୦ ରେ ଏହି ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା । ଗ୍ରାମବାସୀ ଉତ୍ୟକ୍ତ ହୋଇ ସ୍ଥାନୀୟ ତହସିଲଦାର ଗୁଣମଣି ସୁନାନୀଙ୍କୁ ଦାବୀପତ୍ର ଦେବା ସହ ସ୍ଥାୟୀ ସମାଧାନ ପାଇଁ ଦାବୀ ଜଣାଇଥିଲେ ଏବଂ ପତ୍ରରେ ଉଲ୍ଲେଖ କରିଥିଲେ ଯେ, ସରକାର ନାଳନର୍ଦମା ପାଣି ନିଷ୍କାସନ ପାଇଁ ନିର୍ମାଣ କରିଥିବା ପୋଲକୁ କିଛି ଅସାଧୁ ବ୍ୟକ୍ତିଙ୍କ ଦ୍ୱାରା ବନ୍ଦ କରି ଦିଆଯାଇଛି । ଯାହା ଫଳରେ ପାଣି ନିଷ୍କାସନ ହୋଇ ପାରୁନାହିଁ । କିନ୍ତୁ ଦୀର୍ଘ ଏକ ମାସ ବିତି ଯାଇଥିଲେ ସୁଦ୍ଧା ସ୍ଥାନୀୟ ତହସିଲଦାର ସ୍ଥାୟୀ ସମାଧାନ କରିବାକୁ ଚାହୁଁନାହାନ୍ତି । ସେହି ଅସାଧୁ ବ୍ୟକ୍ତିମାନଙ୍କ ଦ୍ୱାରା ତହସିଲଦାର ପରିଚାଳିତ ହେଉଛନ୍ତି ବୋଲି ବଙ୍ଗୋମୁଣ୍ଡାରେ ଚର୍ଚ୍ଚା ଜୋର ଧରିଛି ।

yuvodaya
Leave A Reply

Your email address will not be published.