ଦିନକରେ ୫ ପଜିଟିଭ୍ ପରେ ଦେଓଗାଁ ପଞ୍ଚାୟତକୁ ୭୨ ଘଣ୍ଟା ସଟଡାଉନ

ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ଦେଓଗାଁ ସଦର ପଞ୍ଚାୟତରେ ଗୁରୁବାର ଦିନ ୫ ଜଣ କରୋନା ପଜିଟିଭ୍ ବୋଲି ଜଣାପଡିବା ପରେ ଭାରପ୍ରାପ୍ତ ଜିଲ୍ଲାପାଳ ତଥା ଦେଓଗାଁ ସରପଞ୍ଚ ସମ୍ପୂର୍ଣ୍ଣ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । ଦେଓଗାଁ ସରପଞ୍ଚ ନିନା ଛତ୍ରିଆଙ୍କ ପତ୍ର ସଂଖ୍ୟା ୯୧ରେ ପଞ୍ଚାୟତକୁ ୭୨ ଘଣ୍ଟା ଅର୍ଥାତ୍ ୨୭ ତାରିଖ ରାତି ୮ ଟାରୁ ୩୦ ତାରିଖ ରାତି ୮ ଟା ପର୍ୟ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି । ଏଥିରେ ଜରୁରିକାଳୀନ ସେବା ବ୍ୟତୀତ ଅନ୍ୟ ସବୁ ଦୋକାନ ବଜାର ଏବଂ ଜନସାଧାରଣଙ୍କ ଯାତାୟତକୁ ବନ୍ଦ କରାଯାଇଛି । ଏହା ପଞ୍ଚାୟତର ଦେଓଗାଁ ଓ କଛାରପାଲି ଗ୍ରାମରେ ଲାଗୁ ହେବ ବୋଲି ଭାରପ୍ରାପ୍ତ ଜିଲ୍ଲାପାଳ କହିଛନ୍ତି । କଣ୍ଟେନମେଣ୍ଟ ଜୋନରେ ଲାଗୁ ହୋଇଥିବା ସମସ୍ତ ନିୟମକୁ ମାନିବା ପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।
ସୂଚନାଯୋଗ୍ୟ ଯେ ଦେଓଗାଁ ବ୍ଲକର ଜରାସିଂହା, ମହଲାଇ, ଉପରଝର ପରେ ଦେଓଗାଁ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଓ ସଟଡାଉନ ଘୋଷଣା କରିଛନ୍ତି ସ୍ଥାନୀୟ ସରପଞ୍ଚମାନେ ।

Leave A Reply

Your email address will not be published.