ଡେଲାଙ୍ଗ-କୋଠାବାଡ଼ ସେବା ସମବାୟ ସମିତିର ସଭାପତି ଭାବେ ପ୍ରସନ୍ନ ସାହୁ ନିର୍ଦ୍ଵନ୍ଦରେ ନିର୍ବାଚିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଡେଲାଙ୍ଗ-କୋଠାବାଡ଼ ସେବା ସମବାୟ ସମିତିର ସଭାପତି ଭାବେ ଆଜି ପ୍ରସନ୍ନ କୁମାର ସାହୁ ନିର୍ଦ୍ଵନ୍ଦରେ ବିଜୟୀ ହୋଇଛନ୍ତି । ଏହି ପଦବୀ ନିମନ୍ତେ ସେ ଏକମାତ୍ର ମନୋନୟନ ପତ୍ର ଦାଖଲ କରିଥିଲେ । ଅନ୍ୟ କେହି ପ୍ରତିଦ୍ୱନ୍ଦୀ ନଥିବାରୁ ପ୍ରସନ୍ନ ସାହୁଙ୍କୁ ସଭାପତି ଭାବେ ନିର୍ବାଚନ ଅଧିକାରୀ ଚନ୍ଦ୍ରମଣି ଜେନା ଘୋଷଣା କରିଥିଲେ । ସମ୍ପାଦକ ଦିଲ୍ଲୀପ ପରିଡା ସହଯୋଗ କରିଥିଲେ । ଏହି ସମବାୟ ସମିତିର ସମସ୍ତ ସଦସ୍ୟ/ସଦସ୍ୟା ନବଘନ ପ୍ରଧାନ, ଅଶୋକ କୁମାର ସାହୁ, ଚିତ୍ତରଞ୍ଜନ ସାହୁ, ବସନ୍ତ କୁମାର ବେହେରା ଅମରେନ୍ଦ୍ର ସୁବୁଦ୍ଧି, ପ୍ରଶାନ୍ତ କୁମାର ସିଙ୍ଗ୍‌, ବିଜୟ ସିଂହ, ସ୍ନେହଲତା ପ୍ରଧାନ ରମେଶ ଦାସ, ବିଜୟ କୁମାର ପ୍ରଧାନ, ସୁରେନ୍ଦ୍ର ସାହୁ ପ୍ରମୁଖ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ନୂତନ ସଭାପତି ଶ୍ରୀ ସାହୁଙ୍କୁ ସ୍ୱାଗତ ଜଣାଇଥିଲେ । ସଭାପତି ଶ୍ରୀ ସାହୁ ପୂର୍ବରୁ ସେହି ସମବାୟ ସମିତିର ସଭାପତି ଥିଲେ । ଏଥିସହିତ ଡେଲାଙ୍ଗ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଥିଲେ । ବର୍ତ୍ତମାନ ସେ ୧୬ ନମ୍ବର ଜୋନରେ ଜିଲ୍ଲା ପରିଷଦ ସଦସ୍ୟ ଅଛନ୍ତି । ସେ ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେ ଜଣେ ଚାଷୀ ମହାଜନ ପରିବାରର ହୋଇଥିବାରୁ ଉକ୍ତ ଅଞ୍ଚଳର ଚାଷୀମାନଙ୍କ ସହ ଉତ୍ତମ ସମ୍ପର୍କ ରଖି ବିଭିନ୍ନ ଚାଷ ଜନିତ ଯନ୍ତ୍ରପାତି, ବିହନ, ଋଣ ଇତ୍ୟାଦି ସମସ୍ୟା ସମାଧାନ କରି ଚାଷୀମାନଙ୍କୁ ଚାଷ କରିବା ଦିଗରେ ଆବଶ୍ୟକ ମୁତାବକ ସମସ୍ତ ସାହାଯ୍ୟ ସହଯୋଗ କରିବି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.

twelve − 1 =