pakka

ପୌର ପରିଷଦ ନିର୍ବାଚନ ଫଳାଫଳ କେଉଁ ପଟକୁ ମୁହାଁଇବ ?

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୌର ପରିଷଦ ନିର୍ବାଚନ ଫଳାଫଳ କେଉଁ ପଟକୁ ମୁହାଁଇବ, କେଉଁ ଦଳ ହାତେଇବ ପୌର ପରିଷଦର ଅଧ୍ୟକ୍ଷ ଆସନ… ଏସବୁ ଆଲୋଚନାରେ ଏବେ ସର୍‌ଗରମ୍‌ ରାଜନୀତି ମାହୋଲ୍‌ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡ଼ିର ବିପୁଳ ସଫଳତାର ପ୍ରଭାବ ପୌର ପରିଷଦ ନିର୍ବାଚନ ଫଳାଫଳ ଉପରେ ମଧ୍ୟ ପଡ଼ିବ ବୋଲି କେତେକାଂଶରେ ବିଶ୍ୱାସ ରହିଥିବା ବେଳେ ଏହାର ବ୍ୟତିକ୍ରମ ଘଟିପାରେ ବୋଲି ମଧ୍ୟ କିଛି କିଛି ଲୋକେ ଆଲୋଚନା କରୁଛନ୍ତି । ତେବେ ଏହାର ସ୍ପଷ୍ଟ ଚିତ୍ର ଫଳାଫଳରୁ ହିଁ ଜଣାପଡ଼ିବ । ରାଜନୀତି ବିଶେଷଜ୍ଞମାନଙ୍କ ମତରେ ପୌର ନିର୍ବାଚନରେ ସଫଳତା ହାସଲ୍‌ କରିବା ଦିଗରେ କଂଗ୍ରେସ ଦଳ ପାଇଁ ବର୍ତ୍ତମାନ ସ୍ଥିତିରେ ଖୁବ୍‌ କଠିନ ହୋଇପାରେ ଏବଂ ବିଜେପିକୁ ମଧ୍ୟ କଡ଼ା ଟକ୍କରର ସାମ୍ନା କରିବାକୁ ପଡ଼ିବ । ତେବେ ପୌର ପରିଷଦ ନିର୍ବାଚନ ଫଳାଫଳ ବିଜେଡ଼ି ମୁହାଁ ହେବ ନା’ ଅନ୍ୟ କେଉଁ ଦଳ ଆଡ଼କୁ ଯିବ, ତାହା ଆଗାମୀ ସମୟରେ ଜଣାପଡ଼ିଯିବ ବୋଲି ମଧ୍ୟ ବିଶେଷଜ୍ଞମାନେ ମତ ଦିଅନ୍ତି ।

jay balangir
Leave A Reply

Your email address will not be published.

thirteen − 1 =

error: Content is protected !!