pakka

ଦେଓଗାଁ ବ୍ଲକରେ ଶେଷ ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନର ପ୍ରସ୍ତୁତି : ୩୧୩ କେନ୍ଦ୍ରରେ ୪୧୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୭୫ ହଜାର ମତଦାତା

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଦେଓଗାଁ ବ୍ଳକରେ ହେବ । ନିର୍ବାଚନ କମିଶନଙ୍କ ନିର୍ଦେଶ କ୍ରମେ ରବିବାର ଅପରାହ୍ନରେ ଦେଓଗାଁ ବ୍ଳକରେ ହେବାକୁ ଥିବା ନିର୍ବାଚନର ପ୍ରଚାର ଶେଷ ହୋଇଯାଇଛି । ଆସନ୍ତାକାଲି ସକାଳ ୭ଟାରୁ ନିର୍ବାଚନ ଆରମ୍ଭ ହେବ । ଦେଓଗାଁ ବ୍ଳକ ନିର୍ବାଚନ ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ଦେଓଗାଁ ବ୍ଳକକୁ ଜିଲ୍ଲା ପରିଷଦ ଜୋନ ୧୨ ଓ ୧୩ ଚିହ୍ନଟ କରାଯାଇଛି । ବ୍ଲକରେ ମୋଟ ୪୧୯ ଜଣ ୱାର୍ଡ଼ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଓ ଜିଳ୍ଲା ପରିଷଦ ସଭ୍ୟ ପ୍ରାର୍ଥୀ ହୋଇଥିବା ବେଳେ ୭୫ହଜାର ୪୪୪ଜଣ ମତଦାତା ମତଦାନ କରିବେ । ୧୨ନମ୍ବର ଜୋନରେ ୧୩ଟି ପଞ୍ଚାୟତରେ ୧୫୧ଟି ମତଦାନ କେନ୍ଦ୍ରରେ ୧୮,୧୩୮ଜଣ ପୁରୁଷ ଓ ୧୭୧୬୩ଜଣ ମହିଳା ମୋଟ ୩୫ହଜାର ୩୦୧ଜଣ ମତଦାତା ମତଦାନ କରିବେ । ସେହିପରି ୧୩ନମ୍ବର ଜୋନର ୧୩ଟି ପଞ୍ଚାୟତର ୧୬୨ଟି ମତଦାନ କେନ୍ଦ୍ରରେ ୨୦ହଜାର ୮୦୧ପୁରୁଷ ଓ ୧୯ହଜାର ୪୪୨ମହିଳା ମୋଟ ୪୦ହଜାର ୨୪୩ମତଦାତା ମତଦାନ କରିବେ । ଦେଓଗାଁ ବ୍ଳକରେ ସର୍ବମୋଟ ୩୧୩ଟି ମତଦାନ କେନ୍ଦ୍ରରେ ୩୮,୯୩୯ପୁରୁଷ ଓ ୩୬୬୦୫ ମହିଳା ମୋଟ ୭୫ହଜାର ୫୪୪ଜଣ ମତଦାନ କରବା ପାଇଁ ଚିହ୍ନଟ କରାଯାଇଛି । ସେହିପରି ୩୧୩ଟି କେନ୍ଦ୍ର ମଧ୍ୟରୁ ୫୩ଟି ମତଦାନ କେନ୍ଦ୍ରକୁ ଅତିସମ୍ବେଦନଶୀଳ ଓ ୧୦୦ଟି ୱାଡ଼କୁ ସମ୍ବେଦନଶୀଳ ବୋଲି ଚିହ୍ନଟ କରି ସେହି କେନ୍ଦ୍ରମାନଙ୍କରେ ପ୍ରଶାସନର ତୀକ୍ଷ୍ମ ନଜର ରହିଛି । ଅନ୍ୟପକ୍ଷରେ ମତଦାତାଙ୍କୁ ଆକୃଷ୍ଟ କରିବା ପାଇଁ ଦେଓଗାଁ ପଞ୍ଚାୟତର ୧୦ଟି କେନ୍ଦ୍ରକୁ ପିଙ୍କ ମତଦାନ କେନ୍ଦ୍ର ଭାବେ ନିଆଯାଇଛି । ଦେଓଗାଁ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୫ଟି ବୁଥ୍‌ ଓ ଏହି ପଞ୍ଚାୟତର କଛାରପାଲି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୫ଟି ବୁଥକୁ ପିଙ୍କ ବୁଥ କରାଯାଇଛି । ଏହାସହ ପିଙ୍କ ଜୋନରେ ସିଲିଙ୍ଗ କରି ସେଲଫି ଜୋନର ବ୍ୟବସ୍ଥା କରାଯାଇଛି । ଯଦ୍ବାରା ଯୁବ ପିଢ଼ି ଭୋଟ ଦେବାକୁ ଆକୃଷ୍ଟ ହେବେ ।

jay balangir
Leave A Reply

Your email address will not be published.

four × two =

error: Content is protected !!