om academy

କଳାହାଣ୍ଡି ନିର୍ବାଚନ ମଣ୍ଡଳୀରେ ତ୍ରିକୋଣୀୟ ଲଢେଇ

ଭବାନୀପାଟଣା ସଦର, (ନିକୁଞ୍ଜ ଚଲାନ) : କଳାହାଣ୍ଡିରେ ନିର୍ବାଚନ ତାତି ଦିନକୁ ଦିନ ବଢି ବଢ଼ି ଚାଲିଥିବା ବେଳେ ଆଉ କେଇଟା ଦିନ ପରେ ନିର୍ବାଚନର ମହାନ୍ ପର୍ବରେ ନିଜର ପ୍ରତିନିଧିତ୍ଵ ଦିଲ୍ଲୀ ଦରବାରକୁ ପଠାଇବା ପାଇଁ ଜନତା ପ୍ରସ୍ତୁତ ହେଉଛନ୍ତି । ଭାରତର ଲୋକସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ କଳାହାଣ୍ଡି ଲୋକସଭା ମଣ୍ଡଳୀ ଏକ ଚର୍ଚ୍ଚିତ ଲୋକସଭା ମଣ୍ଡଳୀ ଭାବେ ନିଜର ପରିଚୟ ବହନ କରି ଆସିଛି । ବିଗତ ଦିନରେ ଏହି ନିର୍ବାଚନ ମଣ୍ଡଳୀରୁ ଅନେକ ନେତା ଦିଲ୍ଲୀ ଦରବାରରେ କଳାହାଣ୍ଡିର ପ୍ରତିନିଧିତ୍ଵ କରିଛନ୍ତି । କଳାହାଣ୍ଡିର ବିକାଶ ଦିଗରେ ବିଭିନ୍ନ ଦଳର ଅନେକ ସରକାର ଅନେକ ଉନ୍ନତିମୂଳକ କାର୍ଯ୍ୟ କରିଛନ୍ତି । କିନ୍ତୁ ଆମେ ଯଦି ପ୍ରତିନିଧିତ୍ଵକୁ ଦେଖିବା ତାହେଲେ ଏକ ରାଜବଂଶର ପରିବାର ଅନେକ ଥର କଳାହାଣ୍ଡିରେ ପ୍ରତିନିଧିତ୍ଵ କରିଥିବା ନଜିର ରହିଛି । ବର୍ତ୍ତମାନର ବିଜେପି ପ୍ରାର୍ଥିନୀ ମାଳବିକା ଦେଓଙ୍କ ଶଶୁରଙ୍କ ବାପା ଥରେ ଲୋକସଭା ସାଂସଦ ହୋଇଥିବା ବେଳେ ତାଙ୍କ ଶଶୁର ତିନି ଥର ଓ ତାଙ୍କ ସ୍ଵାମୀ ଅର୍କକେଶରୀ ଦେଓ ଥରେ ଦିଲ୍ଲୀ ଦରବାରରେ ଯାଇ କଳାହାଣ୍ଡି ପାଇଁ ପ୍ରତିନିଧିତ୍ଵ କରିଛନ୍ତି । ମାଳବିକା ଦେଓଙ୍କ ରାଜ ପରିବାର ଏତେ ବର୍ଷ ଶାସନ କଲା ପରେ କଳାହାଣ୍ଡିବାସୀଙ୍କ ପାଇଁ କି କି କାର୍ଯ୍ୟ କରିଛନ୍ତି ସେ ଉପରେ ଲୋକେ ପ୍ରଶ୍ନ କରୁଛନ୍ତି । ଏଭଳି ସମୟରେ ମାଳବିକା ଦେଓ ଅତି ଚତୁରତା ସହ ଲୋକଙ୍କ କଥାକୁ ଏଡ଼ାଇ ମୁଁ କଳାହାଣ୍ଡିକୁ ଏକ ନମ୍ବର ଜିଲ୍ଲା କରିବି ବୋଲି କହିଥିବା ଗଣମାଧ୍ୟମରୁ ଜଣାପଡ଼ିଛି । ପ୍ରଥମତଃ କଳାହାଣ୍ଡି ଲୋକସଭା ସଂସଦୀୟ କ୍ଷେତ୍ର କଳାହାଣ୍ଡି ଓ ନୂଆପଡା ଜିଲ୍ଲାକୁ ନେଇ ଗଠିତ । ତେବେ କଳାହାଣ୍ଡି ଜିଲ୍ଲାକୁ ନେଇ ମତ ରଖିଥିବା ବେଳେ ନୂଆପଡା ଜିଲ୍ଲା ନେଇ ମତ ନ ରଖିବା ପଛରେ କି ରହସ୍ୟ ଅଛି ତାହା ବୁଝାପଡୁ ନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି । ବଣ ପାହାଡ ଘେରା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁ ଭଳି ଅନଗ୍ରସର ଅଞ୍ଚଳର ମହିଳା ଯୋଦ୍ଧା ଭାବେ ଉଭା ହୋଇ ଅନବରତ ଲୋକଙ୍କ ସେବା କରି ଜନସାଧାରଣଙ୍କ ପ୍ରିୟ ପାତ୍ର ହୋଇ ପାରିଛନ୍ତି ଦ୍ରୌପଦୀ । ସେଥିପାଇଁ ସେ ସରପଞ୍ଚ ଓ ବ୍ଲକ ଅଧ୍ୟକ୍ଷା ଭାବେ ଜନତାଙ୍କ ସେବା କରିବା ପରେ ଜାତୀୟ କଂଗ୍ରେସର ଲୋକସଭା ପ୍ରାର୍ଥିନୀ ହେବାର ସୁଯୋଗ ପାଇଛନ୍ତି । ଚଳିତ ସାଧାରଣ ନିର୍ବାଚନ ୨୦୨୪ ତ୍ରିକୋଣୀୟ ପ୍ରତିଦ୍ୱନ୍ଦିତା ହେବାର ସମ୍ଭାବନା ରହିଛି । କଂଗ୍ରେସ, ବିଜେଡି, ବିଜେପିର ରଣନୀତିକାର ମାନେ ନିଜ ନିଜ ସପକ୍ଷରେ ଜନମତ ସୃଷ୍ଟି କରିବା ନିମନ୍ତେ ପ୍ରୟାସ ଜାରି ରଖିଛନ୍ତି । ବିଜେପିର ମାଳବିକା, କଂଗ୍ରେସର ଦ୍ରୌପଦୀ ଓ ବିଜେଡିର ଲମ୍ବୋଦର ନିଆଲ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଲମ୍ବୋଦର ନୂଆପଡା ଜିଲ୍ଲା ବାସିନ୍ଦା ହୋଇଥିବା ବେଳେ ମାଳବିକା ଓ ଦ୍ରୌପଦୀ କଳାହାଣ୍ଡି ଜିଲ୍ଲା ବାସିନ୍ଦା । ନିର୍ବାଚନର ଆଉ ମାତ୍ର ୬ ଦିନ ବାକି ଥିବା ବେଳେ ଲମ୍ବୋଦର ଓ ମାଳବିକା ଅନେକ ବ୍ଲକ ଏ ପର୍ଯ୍ୟନ୍ତ ଗସ୍ତ କରିପାରି ନାହାନ୍ତି ।

Leave A Reply

Your email address will not be published.

seventeen + nineteen =