ଗଞ୍ଜାମ ବ୍ଲକ୍‌ରେ ବିଜେଡିର ବିଶାଳ ଶୋଭାଯାତ୍ରା : ବିଜେଡି ପାଇଁ ନିର୍ବାଚନ ପ୍ରଚାର କଲେ ବାବୁସାନ୍‌

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ୍‌ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତରେ ବିଜେଡିର ବିଶାଳ ନିର୍ବାଚନ ପ୍ରଚାର ଶୋଭାଯାତ୍ରା ଦେଖିବାକୁ ମିଳିଛି । ଏଥିରେ ୫୦ରୁ ଅଧିକ କାର୍‌ ଓ ୨୦୦ରୁ ଅଧିକ ବାଇକ୍‌ ବୁଲି ନିର୍ବାଚନ ପ୍ରଚାରରେ ସାମିଲ ଥିବା ଲକ୍ଷ କରାଯାଇଥିଲା । ଏଥିରେ ବିଧାୟକ ପ୍ରାର୍ଥୀ ସୁବାସ ଚନ୍ଦ୍ର ବେହେରାଙ୍କ ପାଇଁ ଷ୍ଟାର୍‌ ପ୍ରଚାରକ ଭାବେ ସିନେ ତାରକା ବାବୁସାନ୍‌ ମହାନ୍ତି ବିଭିନ୍ନ ଗ୍ରାମ ପରିକ୍ରମା କରି ଯୋଡି ଶଙ୍ଖରେ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଓ ବିଧାୟକ ପ୍ରାର୍ଥୀ ସୁବାସ ଚନ୍ଦ୍ର ବେହେରାଙ୍କୁ ଭୋଟ୍‌ ଦେବାପାଇଁ ନିବେଦନ କରିଥିଲେ । ପାଳିବନ୍ଧ ପଞ୍ଚାୟତ ସରପଞ୍ଚ ସଂଯୁକ୍ତା ପ୍ରଧାନଙ୍କ ନେତୃତ୍ୱରେ ଏହି ନିର୍ବାଚନ ରାଲି ପାଳିବନ୍ଧ ପଞ୍ଚାୟତର ପୁରୁଣାବନ୍ଧ, ପାଳିବନ୍ଧ, ବିଞ୍ଚଣାପଲ୍ଲୀ, ସୂର୍ଯ୍ୟ ନାରାୟଣପୁର, ଗୋଖରକୁଦା, ଶଙ୍ଖ ନୂଆଗାଁ, ମୟୁରପଦା, ପୋଡ଼ମପେଟା ଓଡ଼ିଆରପି କଲୋନୀ, ନୀଳାଦ୍ରୀପୁର, କଣ୍ଟିଆଗଡ଼, ଖଟୁଆକୁଦା କାଇଁଚପୁର ପଞ୍ଚାୟତର ଝାଡକୁଦା ପ୍ରମୁଖ ଗ୍ରାମ ପରିକ୍ରମା କରାଯାଇଥିଲା । ପ୍ରତ୍ୟେକ ଗ୍ରାମ ମାନଙ୍କରେ ବାବୁସାନ୍‌ ଓ ବିଧାୟକ ଶ୍ରୀ ବେହେରାଙ୍କୁ ଉଚ୍ଛସ୍ୱିତ ସମର୍ଦ୍ଧନା ଜ୍ଞାପନ କରାଯାଇଥିଲା । ବିଭିନ୍ନ ଗ୍ରାମରେ ବିଜେଡି ପ୍ରେମୀମାନେ ବିଜେଡି ଜିନ୍ଦାବାଦ, ନବୀନ ବାବୁ ଜିନ୍ଦାବାଦ, ସୁବାସ ବାବୁ ଜିନ୍ଦାବାଦ ନାରା ଦେଉଥିବା ଦେଖିବାକୁ ମିଳିଥିଲା । ବିଜେଡି ଜିଲ୍ଲା ଛାତ୍ର ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ଜିଲ୍ଲା ଯୁବ ସଭାପତି ଭବାନୀକାନ୍ତ ସାହୁ, ଗଞ୍ଜାମ ବ୍ଲକ୍‌ ଅଧ୍ୟକ୍ଷା ଶର୍ମିଷ୍ଟା ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା, ବ୍ଲକ୍‌ ସଭାପତି ଇନ୍ଦ୍ରମଣି ଦଳେଇ, ବ୍ଲକ୍‌ ସମ୍ପାଦକ ଉମା ଜେନା, ସରପଞ୍ଚ ପ୍ରତିନିଧି ବିଦ୍ୟାଧର ପ୍ରଧାନ, ପୂର୍ବତନ ସମିତିସଭ୍ୟ ଛାୟାକାନ୍ତ ପ୍ରଧାନ, ବ୍ଲକ୍‌ ଛାତ୍ର ସଭାପତି ବାଦଲ ପ୍ରଧାନ, ଜିଲ୍ଲାଛାତ୍ର ଉପସଭାପତି ଲିଙ୍ଗରାଜ ମହାପାତ୍ର, ପୋଇରାଶି ସରପଞ୍ଚ ରବିନ୍ଦ୍ର ନାଥ ବେହେରା, ଗଞ୍ଜାମ ନଗର ଯୁବ ସଭାପତି ସୁଧିର କୁମାର ପାଢ଼ୀ, ଛାତ୍ର ସଭାପତି ରାକେଶ ରଞ୍ଜନ ଦାସ, ରଞ୍ଜିତ ପଲାଇ, ଖଟୁଆକୁଦା ଗ୍ରାମ୍ୟ ସଭାପତି ବୃନ୍ଦାବନ ପ୍ରଧାନ ପ୍ରମୁଖଙ୍କ ସହ ବହୁ ସଂଖ୍ୟାରେ ବିଜେଡି କର୍ମୀ ନିର୍ବାଚନ ପ୍ରଚାରରେ ସାମିଲ ହୋଇଥିଲେ । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ହୁମ୍ମା ପଞ୍ଚାୟତର ବିଭିନ୍ନ ଗ୍ରାମରେ ନିର୍ବାଚନ ପ୍ରଚାର କରାଯାଇଥିଲା ।

Leave A Reply

Your email address will not be published.

2 × three =