pakka

ଖଡ଼ିଆଳ ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ

bbehera

ଖଡ଼ିଆଳ, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ଓକିଲ ସଂଘର ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବରେ ଶେଷ ହୋଇଯାଇଛି । ଖଡ଼ିଆଳ ବାର ହଲ୍‌ଠାରେ ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଗୋବର୍ଦ୍ଧନ ସୁନା ସଭାପତି ରୂପେ ୨୦ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି । ତାଙ୍କ ନିକଟତମ ପ୍ରତିନ୍ଦ୍ଵନ୍ଦୀ ଦିନେଶ ତିୱାରୀ ୧୬ ଖଣ୍ଡ ଭୋଟ ପାଇଥିଲେ । ଓକିଲ ସଂଘର ୪୦ ଜଣ ଭୋଟର ରହିଥିବା ବେଳେ ୩୭ ଜଣ ଭୋଟର ନିଜ ମତ ସାବ୍ୟସ୍ତ କରିଥିଲେ । ସେଥିରୁ ଗୋଟିଏ ଭୋଟ ନାକଚ ହୋଇଥିବା ନିର୍ବାଚନ ଅଧିକାରୀ ଅଶୀତ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ସଂଘର ଉପସଭାପତି ଭାବେ ନନ୍ଦଲାଲ ପାଣ୍ଡେ, ସମ୍ପାଦକ ଭାବେ କିଶୋର ବାଗ, ଯୁଗ୍ମ ସମ୍ପାଦକ ଭାବେ ଦଶରଥ ଭୋଇ, କୋଷାଧ୍ୟକ୍ଷ ପାଣ୍ଡବ କୁମାର ନିର୍ନ୍ଦ୍ଵନ୍ଦରେ ବିଜୟୀ ହୋଇଛନ୍ତି । ସେହିପରି କାର୍ଯ୍ୟକାରୀ ସଦସ୍ୟ ଭାବେ ମହେନ୍ଦ୍ର କୁମାର ଦାଶ, ସତ୍ୟ ପ୍ରିୟ ମୁଣ୍ଡ ଏବଂ ଅଚ୍ୟୁତନନ୍ଦ ନାଗ ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି ।

jay balangir
Leave A Reply

Your email address will not be published.

15 + seventeen =