ଲୋଇସିଂହାରେ ବାସନ୍ତିକ ନବରାତ୍ର ଦୁର୍ଗାପୂଜା ଆରମ୍ଭ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଢୋଲମହୁଲ ସ୍ଥିତ ମା’ ଶାରଳା ଶକ୍ତିପୀଠ ଆନୁକୂଲ୍ୟରେ ସ୍ଥାନୀୟ ଦୁର୍ଗାମଣ୍ଡପ ନିକଟରେ ଗତ ୨୧ ତାରିଖଠାରୁ ବାସନ୍ତିକ ନବରାତ୍ର ଦୁର୍ଗାପୂଜା ଆରମ୍ଭ ହୋଇଯାଇଛି । ପୀଠର ମୁଖ୍ୟ ପୃଷ୍ଠପୋଷକ ତଥା ଅଧ୍ୟକ୍ଷ ମୂରଲୀ ଭୋଇଙ୍କ ଅଧ୍ୟକ୍ଷତାରେ ମା’ଙ୍କ ଦଶ ମହାବିଦ୍ୟା ଚଣ୍ଡୀପାଠ ତଥା ପ୍ରତ୍ୟହ ବିଭିନ୍ନ ବେଶ ଅନୁଷ୍ଠିତ ହେଉଛି । ପ୍ରତ୍ୟହ ସନ୍ଧ୍ୟାରେ ମା’ଙ୍କ ଆଳତି ଦେଖିବାକୁ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି । ତେବେ ପୂଜାରମ୍ଭର ଦ୍ଵିତୀୟ ଦିନରେ ପାର୍ଶ୍ଵଦେବୀ ଛିନ୍ନମସ୍ତାଙ୍କ ମୂର୍ତ୍ତି ନିଜ ସ୍ଥାନ ପରିବର୍ତ୍ତନ କରିବା ଭଳି ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି । ଏହି ଘଟଣା ପରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସୁକତା ବଢିଥିବା ପରିଲକ୍ଷିତ ହୋଇଛି । ଆସନ୍ତା ୩୧ ତାରିଖ ଶୁକ୍ରବାର ଦିନ ଦଶମହାବିଦ୍ୟା ଚଣ୍ଡୀପାଠ ତଥା ହୋମଯଜ୍ଞ ସମାପନ ହେବ ବୋଲି ନବରାତ୍ର ପୂଜା କମିଟି ସଭାପତି କୁନା ଭୋଇ ଓ ସମ୍ପାଦକ ରବୀନ୍ଦ୍ର ପୁଟେଲ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

18 + 9 =