jsm

‘ନୀର’ପକ୍ଷରୁ ଜାତୀୟ ମହିଳା ଦିବସ ପାଳିତ

csstore

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ନାବାର୍ଡ ଓଡିଶା, ଭୁବନେଶ୍ୱର ସହାୟତାରେ ସ୍ବେଚ୍ଛାସେବୀ ଅନୁଷ୍ଠାନ “ନୀର” ଆନୁକୁଲ୍ୟରେ ଜି.ଉଦୟଗିରି ପଞ୍ଚାୟତ ସମିତି ଅନ୍ତର୍ଗତ କଳିଙ୍ଗା ଗ୍ରାମ ପଞ୍ଚାୟତର ଦାରାବାଡି ଗ୍ରାମରେ ଜାତୀୟ ମହିଳା ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ନାବାର୍ଡ, କନ୍ଧମାଳ ଏଜିଏମ୍(ଡିଡି) ସଞ୍ଜୀବ କୁମାର ମହାନ୍ତି ଯୋଗଦେଇ ପୂର୍ବରୁ ନାବାର୍ଡ ଦ୍ୱାରା ଛତୁ ଚାଷ, ଖଲି ସିଲେଇ, ସ୍କୁଲ ଫ୍ରକ ସିଲେଇ, ଛେଳି ପାଳନ, ଖଲି ବ୍ୟବସାୟ ଆଦି ତାଲିମ ନେଇଥିବା ମହିଳା ‌ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କ ମଧ୍ୟରୁ କେତେକଙ୍କୁ ପୁରଷ୍କୃତ କରିଥିଲେ । ଅନ୍ୟ ଗୋଷ୍ଠୀମାନଙ୍କୁ ଏକତା ହୋଇ ନିଜର ଜୀବନଜୀବିକା ଉପାର୍ଜନରେ ଆଗକୁ ବଢିବା ପାଇଁ ଉତ୍ସାହିତ କରିଥିଲେ । ଶେଷରେ “ନୀର” ଅନୁଷ୍ଠାନର କର୍ମକର୍ତ୍ତା ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.