ନବୀନଙ୍କୁ ବିଜେପିର ନିମନ୍ତ୍ରଣ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛି ରାଜ୍ୟ ବିଜେପି । ନବୀନ ନିବାସକୁ ଯାଇ ନବୀନଙ୍କୁ ନିମନ୍ତ୍ରଣ କରିଛନ୍ତି ବିଜେପିର ୫ ଜଣ ବରିଷ୍ଠ ନେତା ମନମୋହନ ସାମଲ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ନିତ୍ୟାନନ୍ଦ ଗଣ୍ଡ, ସମୀର ମହାନ୍ତି । ଆସନ୍ତା କାଲି ଅପରାହ୍ନରେ ଜନତା ମଇଦାନ୍‌ରେ ବିଜେପିର ନୂତନ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସହ ବିଜେପିର ବହୁ ତୁଙ୍ଗ ନେତା ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.